୧୮ କଇଁଛ ଉଦ୍ଧାର, ଜଣେ ଗିରଫ


  ମାଲକାନଗିରି : ମାଲକାନଗିରି ଜିଲ୍ଲା  ସୀମାନ୍ତ ମୋଟୁ କୋଣ୍ଟା ବ୍ରିଜ ନିକଟରୁ ୧୮ଟି କଇଁଛ ସହ ଗୋଟିଏ ବାଇକ୍ ଜବତ କରି ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ବେଆଇନ କଇଁଛ ବ୍ୟବସାୟ ସମ୍ପର୍କରେ ଖବର ମିଳିବା ପରେ ମାଲକାନଗିରି ଜିଲ୍ଲା ବନଖଣ୍ଡଅଧିକାରୀ ସାଇ କିରଣ ଡିଏନଙ୍କ ନେତୃତ୍ୱରେ ଏକ ବିଶେଷ ଟିମ ମାଲକାନଗିରି ଜିଲ୍ଲା ମାଲକାନଗିରି ଜିଲ୍ଲା ସହକାରୀ ବନସଂରକ୍ଷକ ମନସୁନ ଖେମୁଣ୍ଡୁ ମୋଟୁ, ଫରେଷ୍ଟର ମୁରଲୀଧର ଅନୁଗୁଳିଆ, ସୁରେଶ ପୂଜାରୀ ଓ ମୋଟୁ ସେକ୍ସନର ସମସ୍ତ ବନ କର୍ମଚାରୀ ଓ ତହସିଲ କର୍ମଚାରୀମାନେ ଗତ ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାର ସୀମାନ୍ତ ମୋଟୁ କୋଣ୍ଟା ବ୍ରିଜ ନିକଟରେ ଜଗିଥିଲେ । ମୋଟୁ -କୋଂଟା ବ୍ରିଜ ନିକଟରେ କଇଁଛ ଅବୈଧ ଚୋରା ଚାଲାଣ ସହିତ ଜଡିତ ଥିବା ଜଣେ ବ୍ୟକ୍ତି ଧରା ପଡିଛନ୍ତି । ତାଙ୍କ ଠାରୁ ୧୮ଟି ଜୀବନ୍ତ କଇଁଛ ଜବତ କରାଯାଇଛି । ଏହି ଅବୈଧ ଚାଲାଣରେ ବ୍ୟବହୃତ ହୋଇଥିବା ଗୋଟିଏ ବାଇକ୍କୁ ମଧ୍ୟ ଜବତ କରାଯାଇଛି । ଏହି କଇଁଛ ଆନ୍ଧ୍ର ପ୍ରଦେଶରୁ ଚୋରାରେ ଆଣି ମୋଟୁ ଅଞ୍ଚଳରେ  ବିକ୍ରୟ ଏବଂ ଖାଇବା ଉଦେ୍ଦଶ୍ୟରେ ଚୋରା ଚାଲାଣ କରାଯାଉଥିବାର ଜଣା ପଡିଛି । ଗିରଫ ବ୍ୟକ୍ତି ହେଲେ ମୋଟୁ ଥାନାସ୍ଥ ଏମପିଭି ୮୧ଗ୍ରାମର ବିପିନ ରାୟ ବୋଲି ଜଣାପଡିଛି । ଗତସପ୍ତାହକ ମଧ୍ୟରେ ମୋଟୁ ଓ ଏମଭି୭୯ ବନାଞ୍ଚଳରୁ ପ୍ରାୟ ୧୧୦୦ରୁ ଊଦ୍ଧ୍ୱର୍ କଇଁଛ ଜବତ ହେଲାଣି ।