କିମ୍ସରେ ଅତ୍ୟାଧୁନିକ ଇଲେକ୍ଟ୍ରନ ବିମ୍ ଥେରାପି

 ଭୁବନେଶ୍ୱର  : ଓଡିଶାରେ କର୍କଟ ରୋଗ ଚିକିସôା ପାଇଁ ଏକ ବଡ ସଫଳତା । ଅତ୍ୟାଧୁନିକ ଇଲେକ୍ଟ୍ରନ ବିମ୍ ଥେରାପି (ଇବିଟି) ପଦ୍ଧତିରେ କିମ୍ସ ଅନକୋଲୋଜି ବିଭାଗରେ ଜଣେ ରୋଗୀଙ୍କଠାରେ ଏହି ରୋଗର ସଫଳ ଚିକିସôା କରାଯାଇପାରିଛି । କୁ୍ୟଟେନିଅସ୍ ଟି-ସେଲ ଲିମ୍ଫୋମା ନାମକ ଏକ ପ୍ରକାରର କର୍କଟ ରୋଗ ସହ ଜନୈକ ରୋଗୀ ସଂଗ୍ରାମ କରୁଥିଲେ । ଏହା ରୋଗୀଙ୍କ ଚର୍ମରେ କ୍ଷତ ସୃଷ୍ଟି କରି ସମଗ୍ର ଶରୀରର ଏକାଧିକ ସ୍ଥାନରେ କିଛି ସ୍ଥାନରେ ମାଂସ ବୃଦ୍ଧି ହୋଇ ଯନ୍ତ୍ରଣା ହେଉଥିଲା । କିମ୍ସକୁ ଆସିବା ପୂର୍ବରୁ ସେ ଏଥିରୁ ରକ୍ଷା ପାଇବା ପାଇଁ ଅସ୍ତ୍ରୋପ୍ରଚାର କରିସାରିଥିଲେ ଏବଂ  କେମୋଥେରାପି ମଧ୍ୟ କରିଥିଲେ । ରୋଗୀ ଜଣକ କିମ୍ସ କ୍ୟାନସର ସେଣ୍ଟରରେ ପହଞ୍ଚିବା ପରେ ଏକାଧିକ ନୋଡୁଲାର କ୍ଷତ ଯୋଗୁଁ ତାଙ୍କର ଯନ୍ତ୍ରଣା ହେବା ସହ ତରଳ ପଦାର୍ଥ ସ୍ରାବ ହେଉଥିଲା । କିମ୍ସ ବିଶେଷଜ୍ଞ ଡା ସ୍ଥିତି ଦାସଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କର ପରୀକ୍ଷା କରିଥିଲେ । ଶେଷରେ ଆକ୍ରାନ୍ତ ସ୍ଥାନରେ ଇଲେକ୍ଟ୍ରନ ବିମ ଥେରାପି ପଦ୍ଧତିରେ ଚିକିସôା ପାଇଁ ଯୋଜନା କରିଥିଲେ । ଏହି ପ୍ରକ୍ରିୟାରେ ସାଧାରଣତଃ ଉଚ୍ଚ ଶକ୍ତିଯୁକ୍ତ ଇଲେକ୍ଟ୍ରନକୁ ନେଇ ଏକ କେନ୍ଦ୍ରୀଭୂତ ବିମ ଜରିଆରେ ଆଖପାଖ ସୁସ୍ଥ ତନ୍ତୁ ଉପରେ ସର୍ବନିମ୍ନ ପ୍ରଭାବ ସହିତ ଚର୍ମରେ କର୍କଟ କୋଷଗୁଡିକୁ ନଷ୍ଟ କରିବା ପାଇଁ ବ୍ୟବହାର କରାଯାଏ । ନିରନ୍ତର ୩.୫ ସପ୍ତାହର ପ୍ରୟାସ ପରେ ରେଡିଏସନ୍ ଅଙ୍କଲୋଜି ଦଳ ଏହି ଚିକିସôା କରି ସଫଳତା ପାଇଥିଲେ । ଏବେ ରୋଗୀ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡା ସ୍ଥିତି ଦାସଙ୍କ ନେତୃତ୍ୱରେ ଏହି ଅଭିଯାନରେ ଡା ମାନିକା ବର୍ମା, ଜୁନିଅର କନସଲଟାଣ୍ଟ ଶୁଭାଶିଷ ତ୍ରିପାଠୀ, କ୍ଲିନିକାଲ୍ ଆସିଷ୍ଟାଣ୍ଟ ଆଶିଷ ମସାନ୍ତ; ଅବନ୍ତୀ ଭୂୟାଁ, ବିକିରଣ ସୁରକ୍ଷା ଅଧିକାରୀ ଅସିତ ପାଣିଗ୍ରାହି, ଜେସମିନ୍ ଅହମ୍ମଦ, ବରିଷ୍ଠ ରେଡିଏସନ୍ ଥେରାପି ଟେକ୍ନୋଲୋଜିଷ୍ଟ କୃଷ୍ଣ ପ୍ରସାଦ ଶି, ଦିପ୍ତିମଞ୍ଜରୀ ଶା, ସୌହାର୍ଦ୍ୟ, ସୌରଭ, କିଶୋର ବିଶ୍ୱାଳ, ବିଶାଳ ତଥା ବିକିରଣ ଅଙ୍କଲୋଜି ବିଭାଗର ଅନ୍ୟ କର୍ମଚାରୀ ପ୍ରମୁଖ ସାମିଲ ଥିଲେ ।