ଏଫପିଓଙ୍କ ଆର୍ଥୀକ ସଂଯୋଗ ସମ୍ବନ୍ଧରେ ଭର୍ଚୁଆଲ୍ ଆଲୋଚନା

 ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ସେଣ୍ଟର ଅଫ ଏକ୍ସଲେନ୍ସ ଦ୍ୱାରା ଓଡ଼ିଶାରେ ଏଫପିଓମାନଙ୍କ ପାଇଁ ଆର୍ଥିକ ସଂଯୋଗ ଶୀର୍ଷକ ଭର୍ଚୁଆଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୃଷକ ଉତ୍ପାଦକ ସଂଗଠନ, କୃଷିବିଜ୍ଞାନ କେନ୍ଦ୍ର. ସିବିବିଓ, ସମ୍ପୃକ୍ତ ସରକାରୀ ଓ ଘରୋଇ ବିଭାଗ ଓ ଇମ୍ଲିମେଣ୍ଟିଂ ଏଜେନ୍ସି ମାନଙ୍କର ପ୍ରତିନିଧି ସମେତ ୧୧୪ ଜଣ ଅଂଶଗ୍ରହଣ କରିଥିଲେ । ସେଣ୍ଟର ଅଫ ଏକ୍ସଲେନ୍ସର ଅନୁସନ୍ଧାନକରୀ ତଥା ଯୁଗ୍ମ୍ନ ନିଦେ୍ର୍ଦଶିକା ସମ୍ପ୍ରସାରଣ, ଓୟୁଏଟି ଏହି ବୈଠକରେ ଅଧକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିଦେ୍ର୍ଦଶାଳୟର ପିଏସଏଫପିଓର ଆର୍ଥିକ ବିଶେଷଜ୍ଞ ବ୍ୟାଙ୍କ ଅଫ ବରୋଦାର ଡିଜିଏମ୍, ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଏଜିଏମ୍, ବରିଷ୍ଠ ବ୍ୟବସାୟ ବିକାଶ ପରିଚାଳକ ପ୍ରମୁଖ ଉପସ୍ଥିତ ଥିଲେ । 
ବୈଠକରେ ବିଶେଷଜ୍ଞ ଏବଂ ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରଶ୍ନୋତ୍ତର ଅଧିବେଶନ ହୋଇଥିଲା । ଯେଉଁଠାରେ ସଦସ୍ୟମାନେ ଋଣ ସୁବିଧା , ସୁଧ ହାର, ବନ୍ଧକମୁକ୍ତ ଋଣ ଏବଂ ବ୍ୟାଙ୍କ କାଗଜପତ୍ର ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ । ଆଗାମୀ ଦିନଗୁଡ଼ିକରେ ଏଫପିଓମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେଗୁଡ଼ିକର ସମାଧାନ ନିମନ୍ତେ ଏଭଳି ବୈଠକମାନ କରିବାର ଯୋଜନା ରହିଛି ସେଣ୍ଟର ଅଫ ଏକ୍ସଲେନ୍ସର ।