ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା : ୧୧ ଅଭିଯୁକ୍ତ ନିଦେ୍ର୍ଦାଷ
ମୁମ୍ବାଇ : ଦୀର୍ଘ ୧୯ ବର୍ଷ ପରେ ଆସିଲା ରାୟ । ୨୦୦୬ରେ ମୁମ୍ବାଇ ପଶ୍ଚିମତଟ ରେଳପଥରେ ଲୋକାଲ୍ ଟ୍ରେନ୍ ବିସ୍ଫୋରଣ ମାମଲାରେ ଐତିହାସିକ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ନିମ୍ନ ଅଦାଲତ ଏମ୍କୋକା (ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ୍ ଅର୍ଗାନାଇଜ୍ଡ କ୍ରାଇମ୍ ଆକ୍ଟ) କୋର୍ଟରେ ଏ ମାମଲାରେ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ପ୍ରମାଣ ଅଭାବରୁ ଆଜି ୧୧ଜଣଙ୍କୁ ନିଦେ୍ର୍ଦାଷରେ ଖଲାସ କରାଯାଇଛି । ତେବେ ସେ ସମୟରେ ଏହି ୧୨ଜଣଙ୍କ ମଧ୍ୟରୁ ୫ଜଣଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିବା ବେଳେ ଅନ୍ୟ ୭ଜଣଙ୍କୁ ଆଜୀବନ କାରାବାସ ରାୟ ପ୍ରକାଶ ପାଇଥିଲା । ଦୀର୍ଘ ୧୯ ବର୍ଷ ମଧ୍ୟରେ ସମ୍ପୃକ୍ତ ୧୨ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ ୧୧ ଜଣଙ୍କୁ ଆଜି ନିଦେ୍ର୍ଦାଷରେ ଖଲାସ କରାଯାଇଛି । ହାଇକୋର୍ଟଙ୍କ ଖଣ୍ଡପୀଠ ତାଙ୍କ ରାୟରେ କହିଛନ୍ତି ଯେ ମାମଲାରେ ଉପସ୍ଥାପିତ ପ୍ରମାଣ ନିର୍ଭରଯୋଗ୍ୟ ନୁହେଁ ଏବଂ ଅନେକ ସାକ୍ଷୀଙ୍କ ସାକ୍ଷ୍ୟ ସନେ୍ଦହଜନକ । କୋର୍ଟ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ବଳପୂର୍ବକ ପଚରାଉଚରା କରାଯାଇଥିଲା ଏବଂ ସେମାନଙ୍କର ବୟାନ ନିଆଯାଇଥିଲା, ଯାହା ଆଇନଗତ ଭାବରେ ବୈଧ ନୁହେଁ । ଅଦାଲତ କହିଛନ୍ତି ଯେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପସ୍ଥାପିତ ପ୍ରମାଣରେ ଗମ୍ଭୀର ତ୍ରୁଟି ଥିଲା । ଟିଆଇ ପରେଡ୍କୁ ଚାଲେଞ୍ଜ କରିବା ପାଇଁ ପ୍ରତିରକ୍ଷାର ଯୁକ୍ତିକୁ ଯଥାର୍ଥ ବୋଲି ବିବେଚନା କରାଯାଇଥିଲା । କିଛି ସାକ୍ଷୀ ବର୍ଷ ବର୍ଷ ଧରି ନୀରବ ରହିଲେ ଏବଂ ତା'ପରେ ହଠାତ୍ ଅଭିଯୁକ୍ତଙ୍କୁ ଚିହ୍ନଟ କଲେ, ଯାହା ‘ଅସାଧାରଣ' । ପୂର୍ବରୁ ଅନେକ ସାକ୍ଷୀ ସମାନ ମାମଲାରେ ହାଜର ହୋଇଥିଲେ, ଯାହା ସେମାନଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଥିଲା । ସୂଚନାଯୋଗ୍ୟ ୨୦୦୬ରେ ପଶ୍ଚିମତଟ ରେଳପଥରେ ଏକ ଲୋକାଲ୍ ଟ୍ରେନ୍ରେ ବୋମା ବିସ୍ଫୋରଣ ହୋଇଥିବା ବେଳେ ଏଥିରେ ୧୮୯ ଜଣଙ୍କ ମୃତୁ୍ୟ ହୋଇଥିଲା । ଏହାସହ ୮୨୭ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ୧୧ ଜୁଲାଇରେ ମାତ୍ର ୧୧ ମିନିଟରେ ୭ଟି ବିସ୍ଫୋରଣ ହୋଇଥିଲା ।