ଏଫ୍ଏକୁ୍ୟ ମାନ ଯାଞ୍ଚାକରି ମଣ୍ଡିରୁ ଉଠାଇବେ ଧାନ : ମିଲର ମଣ୍ଡିରୁ ଧାନ ନ ଉଠାଇଲେ ହେବ କାର୍ଯ୍ୟାନୁଷ୍ଠାନ

ଗୋପ : ପୁରୀ ଜିଲ୍ଲାର ୧୧ ବ୍ଲକ୍ରେ  ୧୮୭ ଟି ମଣ୍ଡି ସ୍ଥାପନ ହୋଇଛି ସେଥିମଧ୍ୟରୁ ୫୬ ଟି ମଣ୍ଡି ର ନିଜସ୍ୱ ଗୃହ ନିର୍ମାଣ ନିମନ୍ତେ ନୂତନ ସରକାର ଟେଣ୍ଡର ପ୍ରକ୍ରିୟା କରିଛନ୍ତି । ଜିଲ୍ଲାର  ୨୧ ଜଣ ମିଲରଙ୍କୁ ୧୮୭ ଟି ମଣ୍ଡିରୁ ଧାନ  ସଂଗ୍ରହ କରିବାପାଇଁ ସ୍ୱାକ୍ଷର ହୋଇଛି । ଆରଏମସି "ରେଗୁଲେଟର ମାର୍କେଟିଙ୍ଗ କମିଟି’ ବା ନିୟନ୍ତ୍ରିତ ବଜାର କମିଟି ପୁରୀ ଜିଲ୍ଲାରେ ଦୁଇଟି ସ୍ଥାନରେ ରହିଛି । ସେଥିମଧ୍ୟରୁ ଗୋଟେ ହେଲା ନିମାପଡା ଓ ଅନ୍ୟଟି ହେଲା ସାକ୍ଷୀଗୋପାଳ । ଏଥିରେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଇଛି । ଚାଷୀଙ୍କ ଠାରୁ  ଗ୍ରେଡେସନ ଦ୍ୱାରା ଧାନ ସଂଗ୍ରହ କରାଯିବାର ବ୍ୟବସ୍ତା ରହିଛି । ଯାହାର କାର୍ଯ୍ୟଶୈଳୀ ହେଉଛି ଚାଷୀଙ୍କ ଠାରୁ ସଂଗୃତ ଧାନର ଆଦ୍ରତ ସହିତ ଅନ୍ୟାନ୍ୟ ମାନ ନିର୍ଦ୍ଧାରଣ କରାଯାଇଥାଏ । ତକôାଳୀନ ସରକାରଙ୍କ ସମୟରେ ମିଲର ଚାଷୀଙ୍କୁ ଶୋଷଣ କରୁଥିଲେ । ଯାହାଫଳରେ ଚାଷୀଙ୍କୁ କଟନୀ ଛଟନୀର ସମ୍ମୁଖୀନ ହେବାକୁ ପଡୁଥିଲା । ଏହାଦ୍ୱାରା ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ୬ କେଜିର ଘାଟା ସହୁଥିଲେ । ଯଦିଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଣ୍ଡିର ଗୃହ ନିର୍ମାଣ ନିମନ୍ତେ ବ୍ୟୟ ବରାଦର ଶତକଡା ଦୁଇ  ଭାଗ ଅଂଶର  ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି । ମଣ୍ଡିର ଗୃହ ନିର୍ମାଣ ଓ ଚାଷୀଙ୍କ ଧାନକୁ ସୁରକ୍ଷିତ ରଖିବା ସହିତ ଆବଶ୍ୟକତା ପଡିଲେ ଚାଷୀଙ୍କ ରହିବା ଖାଇବା ଆଦିର ବ୍ୟବସ୍ଥା ରହିବା କଥା । ଦୁଃଖ ଓ ପରିତାପର ବିଷୟ ରାଜ୍ୟରେ ଦୀର୍ଘ ବର୍ଷଧରି ନବୀନ ସରକାର ମଣ୍ଡି ପାଇଁ ନିଜସ୍ୱ ଗୃହ ନିର୍ମାଣ କରିନାହାନ୍ତି । ଏଣୁ ଚାଷୀମାନେ ଅସ୍ଥାୟୀ ମଣ୍ଡିରେ ଧାନ ଅସୁରୁକ୍ଷିତ ଭାବେ ଦେଉଛନ୍ତି ।
ନୂତନ ସରକାରଙ୍କ ଆସିବା ପରେ ଜିଲ୍ଲାରେ ଥିବା ୧୮୭ ଟି ମଣ୍ଡିରୁ ବର୍ତ୍ତମାନ ସୁଦ୍ଧା  ୫୬ ଟି ମଣ୍ଡିର ନିଜସ୍ୱ ଗୃହ ଓ ଅବାଦ୍ୟାକୟୀ ଭିତିଭୂମି ପାଇଁ  ଟେଣ୍ଡର ପ୍ରକ୍ରିୟା ସରିଛି । ଦୁର୍ଭାଗ୍ୟ ବଶତଃ ପୂର୍ବ ସରକାରଙ୍କ ସମୟରୁ ମଣ୍ଡି ଭିତ୍ତିଭୂମିର ବିକାଶ କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରିନାହାନ୍ତି । ଧାନ ମଣ୍ଡି ନିମନ୍ତେ ନିୟୋଜିତ  ବିଭାଗୀୟ ଅଧିକାରୀ ଓ ସମବାୟ ସମିତି ର ନିର୍ବାଚିତ ପ୍ରତିନିଧି ଏବଂ କିଛି ଦଲାଲଙ୍କ ଦ୍ୱାରା ବ୍ୟାପକ ପରିମାଣରେ ଅର୍ଥ ହରିଲୁଟ କରାଯାଉଛି । ବର୍ତ୍ତମାନ ନୂତନ ସରକାରଙ୍କ ଦ୍ୱାରା ଏଟିଫିସିଆଲ ଇଣ୍ଟେଲିଜେନ୍ସ ଗ୍ରେନ ଅନାଲାଇନର ପଦ୍ଦତି ଦ୍ୱାରା ଧାନର ସମସ୍ତ ମାନ ସ୍ପଷ୍ଟ ହୋଇଥାଏ ।  ଆଉ ଯେଉଁ ଚାଷୀଙ୍କ ଧାନ ଭଲ ହୋଇଥିବ ସେମାନଙ୍କୁ ଭଲ ଟଙ୍କା ହିଁ ମିଳିବ । କିନ୍ତୁ କିଛି ଲାଭ ଖୋର ମିଲର ଚାଷୀଙ୍କ ଠାରୁ ଉତ୍ତମମାନର ଧାନ ସଂଗ୍ରହ କରିବା ପ୍ରଣାଳୀକୁ ସହଜରେ ଗ୍ରହଣ କରିପାରୁ ନଥିବା କୃଷକ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସ୍ୱାଇଁ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ରାଜ୍ୟ ସରକାର ଚାଷୀ ହିତ ଦୃଷ୍ଟିରୁ ପ୍ରତ୍ୟେକ ପଞ୍ଚାୟତରେ ଚାଷୀଙ୍କ ଦ୍ୱାରା ଧାନ ସଂଗ୍ରହ ଓ ଧାନର ସଠିକ ମୂଲ୍ୟ ପ୍ରାପ୍ତ ହୋଇପାରିବ ବୋଲି ଶ୍ରୀଯୁକ୍ତ ସ୍ୱାଇଁ କହିଛନ୍ତି । ନୂତନ ସରକାର ଆସିଲାପରେ ଧାନର ଏଫ୍ଏକୁ୍ୟ ମୂଲ୍ୟ ବୃଦ୍ଧି କରାଇଛନ୍ତି । କି୍ୱଣ୍ଟାଲ ପିଛା ୩୧ ଶହ ଟଙ୍କା ମୂଲ୍ୟ ବୃଦ୍ଧି କରାଯାଇଛି । ସେଥିପାଇଁ ପ୍ରତେକ ମଣ୍ଡିରେ ଗୋଟେ ଲେଖା ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ଜଣେ ନୋଡାଲ ଅଫିସର, ତହସିଲଦାର, ବିଡିଓ, ଅତିରିକ୍ତ ବିଡିଓ ସହିତ ଅନ୍ୟାନ୍ୟ ପଦାଧିକାର ରହିବେ । ଏହା ଦ୍ୱାରା କୋଟି କୋଟି ଟଙ୍କାର ବାଟମାରଣା ବନ୍ଦ ହୋଇଯିବ । ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ମିଲରଙ୍କୁ ଶୋ କଜ ନୋଟିସ ଦିଆଯାଇଥିଲା ଯାହାର ଫଳସରୂପ ମିଲରମାନେ ଏଫଏକୁ୍ୟ ସାହାଯ୍ୟରେ ମଣ୍ଡିରୁ ଧାନ ଉଠାଇବେ ବୋଲି କହିଛନ୍ତି । ଯେଉଁମାନେ ନ ଉଠାଇବେ ସେମାନଙ୍କ ବିରୁଦ୍ଧରେ  କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏଣୁ ଚାଷୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହୋଇଛି ।