ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ

 ଭଦ୍ରକ: ରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପୂର୍ବ ପ୍ରସ୍ତୁତି କ୍ରମେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ ସମାରୋହ ସୁଶାସନ ଦିବସ ଜିଲ୍ଲାସ୍ତରରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସାଂସଦ ଅଭିମନୁ୍ୟ ସେଠୀ, ସମ୍ମାନିତଅତିଥି ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ମୁଖ୍ୟବକ୍ତା ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଦôକାରୀ ସରୋଜ କୁମାର ଦତ୍ତ ଓ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ବାଜପେୟୀଙ୍କ ଜୀବନୀ, ଜୀବନାଦର୍ଶ, ଦେଶ ଜାତି ପାଇଁ ତାଙ୍କର ନିଃସ୍ୱାର୍ଥପରତା, ରାଷ୍ଟ୍ରପ୍ରୀତି, ବିଭିନ୍ନ ଜନକଲ୍ୟାଣ କାରୀ ଯୋଜନାର ପ୍ରବର୍ତ୍ତନ ଓ କାର୍ଯ୍ୟାନ୍ୱୟନରେ ସୁଶାସନ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ । ସର୍ବଜନାଦୃତ ଅଟଳଜୀ ଥିଲେ ଅପ୍ରତିଦ୍ୱନ୍ଦୀ ଜନନାୟକ, ରାଷ୍ଟ୍ର ନାୟକ, ଅନନ୍ୟ ଆଦର୍ଶବାଦୀ ଚିନ୍ତାନାୟକ, ଜାତୀୟବାଦୀ ସାରସ୍ୱତ ସାଧକ, ଜାତୀୟ ସ୍ୱାଭିମାନ ସୁଶାସନ ଓ ଆଦର୍ଶର ପ୍ରତୀକ ସର୍ବୋପରି ସର୍ବମାନ୍ୟ ସର୍ବାଧିକ ଲୋକପ୍ରିୟ ରାଜନେତା ବୋଲି ଅତିଥିମାନେ ତାଙ୍କ ଜୀବନାଦର୍ଶର ବିଭିନ୍ନ ଦିଗର ଅବତାରଣା କରିଥିଲେ । ତାଙ୍କ ପୂଣ୍ୟ ଜନ୍ମ ଜୟନ୍ତୀକୁ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସୁଶାସନ ଦିବସ ରୂପେ ପାଳନ କରାଯିବା ଘୋଷଣାକୁ ସମସ୍ତେ ଯଥାର୍ଥ ବୋଲି ପ୍ରତିପାଦିତ କରିଥିଲେ । ପଦ୍ମବିଭୁଷଣ, ଭାରତରନô ପୁରସ୍କାରପ୍ରାପ୍ତ ପ୍ରତିଭା ରାଷ୍ଟ୍ରଚେତନାର ମହାନାୟକ ତାଙ୍କ ଭଳି କେବଳ ରାଜନୀତିଜ୍ଞ ନୁହେଁ ରାଷ୍ଟ୍ରନୀତିଜ୍ଞଙ୍କ ପଟ୍ଟାନ୍ତର ନାହିଁ ବୋଲି ମଧ୍ୟ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ସାଧାରଣ ସଭା ପୂର୍ବରୁ ବାଜପେୟୀଙ୍କ ଜୀବନୀ, ଜୀବନାଦର୍ଶ ଓ ଜାତୀୟ ଚେତନା ବୋଧକ କବିତା ନେଇ ଏକ କବିତା ପାଠ ଉସôବ ଆୟୋଜନ କରାଯାଇଥିଲା । ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଅବସର ପ୍ରାପ୍ତ ଅଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଅନ୍ୟତମ ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟାପିକା ସାହିତି୍ୟକା ରାଧାରାଣୀ ମହାପାତ୍ର ଯୋଗଦେଇଥିଲେ । କବି କିଶୋର ପାଣିଗ୍ରାହୀ ଏବଂ କବୟିତ୍ରୀ ସରୋଜିନୀ ନାୟକ କବିତା ପାଠ ସଂଯୋଜନା କରିଥିଲେ । ୩୦ରୁ ଉଦ୍ଧ୍ୱର୍ କବି ଏହି କବିତା ପାଠରେ ଅଂଶ ଗ୍ରହଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ଏବଂ କବିଙ୍କୁ ପ୍ରମାଣପତ୍ର ବିତରଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଦିବସ ଭିତ୍ତିକ ପାଳନ ଉସôବର ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗଦୀଶ ପ୍ରସାଦ ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ ଜନସ୍ୱାସ୍ଥ୍ୟ ଯନ୍ତ୍ରୀ ମଧୁସୂଦନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।