ଏବେ ବି ସଙ୍କଟାପନ୍ନ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ : ସ୍ୱାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ଏବେ ବି ସଙ୍କଟାପନ୍ନ  ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ : ସ୍ୱାସ୍ଥ୍ୟବସ୍ଥାରେ ଆସୁନି ସୁଧାର

ଭୁବନେଶ୍ବର : ଏବେ ବି ଭେଣ୍ଟିଲେଟରରେ ଅଭିଜିତ ମଜୁମଦାର । ସ୍ବାସ୍ଥ୍ୟରେ କିଛି ସୁଧାର ଆସିନି। ଏବେ ବି ଅଭିଜିତଙ୍କ ସ୍ବାସ୍ଥ୍ୟ ସଙ୍କଟାପନ୍ନ ଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ । ସୂଚନାଯୋଗ୍ୟ, ଅସୁସ୍ଥ ହୋଇ  କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ପରେ ସ୍ବାସ୍ଥ୍ଯାବସ୍ଥା ଗୁରୁତର ହେବାରୁ ଏମ୍ସ ସ୍ଥାନାନ୍ତର ହୋଇଥିଲେ ଅଭିଜିତ। ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଗତ ସପ୍ତାହରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏମ୍ସରେ ଭର୍ତ୍ତି ପରେ ଅଭିଜିତଙ୍କ ବ୍ରେନରେ ସୋଡିୟମ କମିଥିବା ଏବଂ ନିଶ୍ବାସ ନେବାରେ ସମସ୍ୟା ହେଉଥିବା କୁହାଯାଉଥିଲା । ଟ୍ରମା ସେଣ୍ଟରରେ ପ୍ରାଥମିକ ଚିକିତ୍ସା ପରେ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯିବ।