ଏସକର୍ଟ ଡ୍ୟୁଟିରେ ଯାଇ ଶ୍ରମିକ ନିଖୋଜ : ଫେରାଇ ଆଣିବାକୁ ପ୍ରଶାସନକୁ ନିବେଦନ
ଟାଙ୍ଗୀ-ଚୌଦ୍ୱାର : ଦେବଗଡ଼ ଜିଲ୍ଲା ରିଆମାଲ ବ୍ଲକ ଅନ୍ତର୍ଗତ ଟିଂକବିର ଗ୍ରାମ ଜିତେନ୍ଦ୍ରୀୟ ସାହୁ (୪୬) ଇମ୍ଫା କମ୍ପାନୀରେ କେୟାର ସିକୁରିଟି ଏଜେନ୍ସିର ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟରତ ଥିବା ବେଳେ ଗତ ୧୩ ତାରିଖରେ ମା ମଙ୍ଗଳା ଟ୍ରାନ୍ସପୋର୍ଟ ଦ୍ୱାରା ୩ଟି ଟ୍ରକର ଏସକର୍ଟ ଡ୍ୟୁଟିରେ ବିଶାଖାପାଟଣା ଯାଇଥିଲେ ।
ସୂଚନା ମୁତାବକ ଜିତେନ୍ଦ୍ରୀୟ ଇମ୍ଫାରୁ ଯାଉଥିବା କ୍ରୋମ ବୋଝେଇ ଗାଡିରେ ବିଶାଖାପାଟଣା ଯାଇ ସେଠାରେ କାର୍ଯ୍ୟରତ ଥିଲେ । ପ୍ରକାଶ ଯେ ଜିତେନ୍ଦ୍ରୀୟଙ୍କ ସ୍ତ୍ରୀ ଫୋନ ଯୋଗେ କଥା ହେବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା କହିବା ପରେ ତାଙ୍କ ଫୋନ ବନ୍ଦ ହୋଇଯାଇଥିଲା । ଏହାସହିତ କମ୍ପାନୀର ସିକୁରିଟି ଅଫିସର ମହଂତ ବାବୁ ସହିତ ମଧ୍ୟ୍ୟ ଜିତେନ୍ଦ୍ର କଥା ହୋଇଥିଲା । ଫଳରେ ପରିବାର ଲୋକେ ଭୟବିତ ହେବା ସହିତ ରିଆମାଲ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହିତ ଅଧିକ ସହାୟତା ପାଇଁ ଦେବଗଡ଼ ବିଧାୟକ ରମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସହ ଚୌଦ୍ୱାର ଥାନାରେ ପହଁଞ୍ଚି ଥିଲେ । ସୂଚନା ମୁତାବକ ଜିତେନ୍ଦ୍ରିୟଙ୍କ ଏକ ରକ୍ତ ଛିଟା ଡ୍ରେସ ବିଶାଖାପାଟଣାରୁ ମିଳିବା ସହିତ ତାଙ୍କ ପରିବାର ତାଙ୍କୁ କିଭଳି ଭାବେ ପାଇ ପାରିବେ ତାହା ଚୌଦ୍ୱାର ପୁଲିସ ପ୍ରଶାସନ ଓ ଦେବଗଡ଼ ବିଧାୟକ କେୟାର ସିକ୍ୟୁରିଟି ସହ ଆଲୋଚନା କରିଥିଲେ । ଅନ୍ୟପକ୍ଷରେ ଜିତେନ୍ଦୀୟଙ୍କ ଛୋଟ ଝିଅ ପ୍ରଜ୍ଞାପରିମିତ ସାହୁ(୧୩) ଓ ପୁଅ ବିଶ୍ୱଜିତ ସାହୁ (୮) ଥିବାରୁ ତାଙ୍କ ପରିବାର ପ୍ରତିପୋଷଣ କିପରି ହେବା ସହ ତାଙ୍କ ପିତା ସକୁଶଳ ଫେରାଇ ଆଣିବା ପାଇଁ ପୁଲିସ ପ୍ରଶାସନ ନିକଟରେ ଗୁହାରି ଜଣାଇଛନ୍ତି ।
Samir Kumar Rout