ଲୁଟ୍ ପରେ ମହିଳାଙ୍କୁ ବିଭତ୍ସ ହତ୍ୟା
କଳାହାଣ୍ଡି : ଲୁଟ୍ ପରେ ମହିଳାଙ୍କୁ ବିଭତ୍ସ ହତ୍ୟା । କଳାହାଣ୍ଡି ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମୃତକ ମହିଳା ହେଲେ ଅବସରପ୍ରାପ୍ତ ଏଏନ୍ଏମ୍ ସୁପରଭାଇଜର୍ ସୁଚିତ୍ରା ଖୁଣ୍ଟିଆ । ନିଜ ଘର ଆଗରେ ସୁଚିତ୍ରାଙ୍କ ମୃତଦେହ ମିଳିଛି ।
ଖବର ଅନୁଯାୟୀ, ମହିଳା ଜଣଙ୍କ ବହୁଦିନ ହେବ ଘରେ ଏକୁଟିଆ ରହୁଥିଲେ । ସୁଚିତ୍ରାଙ୍କ ତାଙ୍କ ସ୍ୱାମୀ ଓ ପୁଅ ବାହାରେ ରୁହନ୍ତି। ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଗତକାଲି ରାତିରେ ଲୁଟ୍ ଉଦ୍ଦେଶ୍ୟରେ ଆସିଥିଲେ । ତେବେ ସେମାନଙ୍କୁ ଅଟକାଇବାରୁ ଦୃର୍ବୁତ୍ତମାନେ ତାଙ୍କୁ ହତ୍ୟା କରିଥିବା ଅନୁମାନ କରାଯାଉଛି । ମହିଳାଙ୍କୁ ହତ୍ୟା ପରେ ତାଙ୍କ ପାଖରେ ଥିବା ସ୍କୁଟିକୁ ନେଇ ଫେରାର ହୋଇଯାଇଥିଲେ । ହେଲେ ଭୀମଖୋଜ ପଡା ବିଜୁ ଏକ୍ସପ୍ରେସ ୱେରେ ସ୍କୁଟିର ତେଲ ସରିଯିବାରୁ ସ୍କୁଟିକୁ ସେଠାରେ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
Samir Kumar Rout