ଏହି ସ୍ଥାନରେ ଲଗାଇଛନ୍ତି କି ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର? ମିଳିବ ଭଲ ଫଳ

ଏହି ସ୍ଥାନରେ ଲଗାଇଛନ୍ତି କି ୭ଟି ଦୌଡୁଥିବା ଘୋଡ଼ାର ଚିତ୍ର?  ମିଳିବ ଭଲ ଫଳ

ବାସ୍ତୁଶାସ୍ତ୍ର ଅନୁସାରେ ଗୃହରେ ସୁଖ ସମୃଦ୍ଧି ପାଇଁ ଦୌଡୁଥିବା ଧଳା ଘୋଡାର ଚିତ୍ର କିମ୍ବା ପେଣ୍ଟିଂ ଲଗାଇବା ବେଶ୍ ଶୁଭ ମନାଯାଏ। ଘରେ ହେଉ ଅବା ଅଫିସ୍‌ରେ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ବିଶ୍ୱାସ ରହିଛି ଯେ ୭ଟି ଦୌଡୁଥିବା ଧଳା ଘୋଡାର ଚିତ୍ର ଲଗାଇବା ଦ୍ୱାରା ସଫଳତା, ପ୍ରଗତି ତଥା ଶକ୍ତି ପ୍ରାପ୍ତ ହୋଇଥାଏ।  କିନ୍ତୁ ଏହି ଚିତ୍ରକୁ କେଉଁଠି ଓ କେଉଁ ଦିଗରେ ଲଗାଇବା ସେଥିପ୍ରତି ଧ୍ୟାନ ରଖିବା ଆବଶ୍ୟକ।ତେବେ ଜାଣନ୍ତୁ କେଉଁଠି ଲଗାଇବେ ଏହି ଚିତ୍ର…

  •  ବାସ୍ତୁଶାସ୍ତ୍ର ଅନୁସାରେ,  ଅଫିସ୍‌ ହେଉ  ଅବା ଘର ହେଉ ଦକ୍ଷିଣ ଦିଗରେ ଥିବା କାନ୍ଥରେ ୭ଟି ଦୌଡୁଥିବା ଧଳା ଘୋଡ଼ାର ଚିତ୍ର ଲଗାଇବା ବ୍ୟବସାୟ ତଥା କ୍ୟାରିୟର୍‌ରେ ଉନ୍ନତି ହୋଇଥାଏ ବୋଲି ବିଶ୍ୱାସ ରହିଛି।
  •  ଉତ୍ତର ଦିଗ କାନ୍ଥରେ ଏହାକୁ ଲଗାଇବା ଦ୍ୱାରା ଧନ, ସମୃଦ୍ଧିକୁ ଡାକି ଆଣିଥାଏ ବୋଲି ମାନ୍ୟତା ରହିଛି। ବେପାର କ୍ଷେତ୍ରରେ ଲାଭ ଚାହୁଁଥିଲେ ଅଫିସ୍‌ ହେଉ ଅବା ବ୍ୟବସାୟ ସ୍ଥାନରେ ଏହି ଚିତ୍ର ବ୍ୟତୀତ ତମ୍ବା ପିତଳ ଅଥବା ରୁପାରେ ତିଆରି ଦୌଡୁଥିବା ଘୋଡ଼ାର ମୂର୍ତ୍ତି ମଧ୍ୟ ରଖିପାରିବେ। ଏହାଦ୍ବାରା ବ୍ୟବସାୟରେ ଉନ୍ନତି ଆସିଥାଏ।
  • ୭ଟି ଦୌଡୁଥିବା ଘୋଡ଼ାର ପେଣ୍ଟିଂକୁ ଘରର ପୂର୍ବ ଦିଗ କାନ୍ଥରେ ଟଙ୍ଗାଇବା ଶୁଭ ହୋଇଥାଏ।ଏପରି କରିବା ଦ୍ବାରା କ୍ୟାରିଅର କ୍ଷେତ୍ରରେ ଉନ୍ନତି ଆସିଥାଏ।
  • ଘୋଡାକୁ ପ୍ରଗତିର ପ୍ରତୀକ ବୋଲି  କୁହାଯାଏ। ବାସ୍ତୁଶାସ୍ତ୍ର  ଅନୁଯାୟୀ,ଏହି ଦୌଡୁଥିବା ଘୋଡ଼ାର ଚିତ୍ରକୁ ଘରର ଡ୍ରଇଂ ରୁମ୍‌ ହେଉ ଅବା ଷ୍ଟଡି ରୁମ୍‌ ଅବା ଓ୍ବାର୍କ ପ୍ଲେସ୍‌ରେ ଲଗାଇହେବ। କିନ୍ତୁ  ବେଡ୍‌ରୁମ୍‌ରେ ଭୁଲ୍‌ରେ ବି ଏହି ଚିତ୍ର ଲଗାନ୍ତୁ ନାହିଁ।
  •  ତେବେ ସର୍ବଦା ଶାନ୍ତିପୂର୍ଣ୍ଣ ଭାବେ ଦୌଡୁଥିବା ଘୋଡ଼ାର ଚିତ୍ରକୁ କାନ୍ଥରେ ଲଗାନ୍ତୁ। ନଚେତ୍‌ ଫଳ ଓଲଟା ମିଳିବାର ମଧ୍ୟ ଆଶଙ୍କା ରହିଛି।