ଓଡ଼ିଶାରେ ବିଜେପି ଆଗରେ

ଭୁବନେଶ୍ୱର : ଓଡ଼ିଶାରେ ଏଯାବତ ଇସିଆଇଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପି ଆଗରେ ରହିଛି । ବିଜେପି ୧୩ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୬ ଓ ସ୍ୱାଧୀନ ଗୋଟିଏ ସ୍ଥାନରେ ଆଗରେ ରହିଛି । ସେହିପରି ଲୋକସଭାରେ ବିଜେପି ୮ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୨ ଆସନରେ ଆଗୁଆ ରହିଛି । ଯେତେବେଳେକି କଂଗ୍ରେସ ଗୋଟିଏ ଆସନରେ ଆଗରେ ଅଛି ।
ଏନଡ଼ିଏ ୩୦୦ରୁ ତଳେ
ଭୁବନେଶ୍ୱର : ଏକଜିଟ ପୋଲ ଗୋଟେ ଆଡେ଼, ଏକଜାଟ ପୋଲ ଆଉ ଗୋଟେ ଆଡେ଼ । ବିଜେପି ନେତୃତାଧୀନ ଏନଡ଼ିଏ ଏବେ ୩୦୦ ତଳେ ରହିଥିବାବେଳେ ଇଣ୍ଡି ମେଣ୍ଟ ଭଲ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଏଯାବତ ୫୪୩ ଆସନ ମଧ୍ୟରୁ ଏନଡ଼ିଏ ୨୭୯ ଆସନରେ ଆଗୁଆ ରହିଥିବାବେଳେ ଇଣ୍ଡି ମେଣ୍ଟ ୨୦୪ ଆସନରେ ଆଗୁଆ ରହିଛି । ଯେତେବେଳେକି ଅନ୍ୟମାନେ ୬୦ରେ ଆଗରେ ରହିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି ।