ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗିଦିଅ : ଶାହ
Naveen Pattanaik Amit Saha
ପ୍ରଭାନ୍ୟୁଜ : ଚିରାଚରିତ ଢ଼ଙ୍ଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସରକାରଙ୍କ କଠୋର ସମାଲୋଚନା କରିଛନ୍ତି । ନବୀନ ସରକାରଙ୍କୁ ଉପାଡ଼ି ଫିଙ୍ଗିଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଏଠକାର ସରକାର ଓଡ଼ିଶାକୁ ବହୁ ଦୂରରେ ରଖିଛନ୍ତି । ଏଠାରେ ଭ୍ରଷ୍ଟାଚାର ଚାଲିଛି । ଓଡ଼ିଶାରେ ଖଣି, ପାଣି ସବୁ ଅଛି । ହେଲେ ସମୃଦ୍ଧି ଠାରୁ ଓଡ଼ିଶା ଦୂରରେ ରହିଛି । ମୋଦିଙ୍କ ଶାସନରେ ଦେଶରେ ବିକାଶର ଗଙ୍ଗା ବହୁଛି । ଡବଲ ଇଞ୍ଜିନ ସରକାର ଆସିଲେ ଓଡ଼ିଶାର ବିକାଶ ହୋଇପାରିବ । ଆଉ ଓଡ଼ିଆ ପିଲାମାନଙ୍କୁ ବାହାରକୁ ଦାଦନ ଯିବାକୁ ପଡ଼ିବ ନାହିଁ । ମୋଦିଜୀ ଦେଶର ସମୃଦ୍ଧି କରିଛନ୍ତି । ଦେଶକୁ ସୁରକ୍ଷିତ କରିଛନ୍ତି । ଆଗଭଳି ଆଉ ପାକିସ୍ତାନ ଆତଙ୍କବାଦୀ ଏଠାରେ ଧମାକା କରୁଛନ୍ତି । ମୋଦି ସରକାର ଚାଉଳ ପଠାଉଛନ୍ତି, ହେଲେ ନବୀନ ବାବୁ କହୁଛନ୍ତି ଆମେ ଦେଉଛୁ । ଏହା ମିଛ କଥା । ଓଡ଼ିଶାକୁ ୧୦ ହଜାର କୋଟି ଟଙ୍କା ମୋଦି ପଠାଇଲେ । ହେଲେ ଅପାରଗ ସରକାର ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିପାରିଲେନି । ଏଠାରେ ମୋଦିଙ୍କ ନେତୃତ୍ୱରେ ପଦ୍ମ ଫୁଲ ସରକାର ଗଢ଼ନ୍ତୁ, ସବୁ ଘରକୁ ପାଇପରେ ପାଣି ପହଁଚିଯିବ । ଆୟୂଷ୍ମାନ ଯୋଜନାର ଫାଇଦା ଓଡ଼ିଶାବାସୀ ପାଉନାହାନ୍ତି । ଯଦି ଏହି ଯୋଜନା ଲାଗୁହେବ, ତେବେ ମୋଦି ଲୋକପ୍ରିୟ ହୋଇଯିବେ ବୋଲି ନବୀନ ବାବୁ ଡରୁଛନ୍ତି । ଓଡ଼ିଶାରେ ନାଁ ପାଇପରେ ପାଣି ମିଳୁଛି, ନା ଚିକିତ୍ସା ଖର୍ଚ୍ଚ ମିଳୁଛି, ନା ବସ୍ତ୍ର କାରଖାନା ହେଉଛି । ଯଦି ବିଜେପି ସରକାର ଆସିବ ତେବେ ଏଠାରେ ଟେକ୍ସଟାଇଲ୍ ମିଲ୍ ଆସିବ । ମତ୍ସ୍ୟଜୀବୀଙ୍କୁ ଆଗକୁ ବଢ଼ାଇବା ପାଇଁ କାର୍ଯ୍ୟ କରାଯିବ । ସେହିପରି କୃଷିଭିତ୍ତିକ କାରଖାନା ସ୍ଥାପନ କରାଯାଇ ଚାଷୀଙ୍କ ବିକାଶ କରାଯିବ । ଓଡ଼ିଶା ସରକାର ମୋଦିଙ୍କ ଯୋଜନାକୁ ନିଜର ବୋଲି କହୁଛନ୍ତି । ନବୀନଙ୍କ ଫଟୋ ଲଗାଇ ନିଜର କରିଦେଉଛନ୍ତି । ଓଡ଼ିଶାବାସୀ ସବୁ ଜାଣିଛନ୍ତି । ଏ ଘର ନରେନ୍ଦ୍ର ମୋଦି ପଠାଇଛନ୍ତି । ୫ କିଲୋ ଚାଉଳ ବି ମୋଦି ପଠାଉଛନ୍ତି । ମହାପ୍ରଭୂ ଜଗନ୍ନାଥଙ୍କ କ୍ଷେତ୍ରକୁ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରି ଏହାର ଗୌରବକୁ ହ୍ରାସ କରାଯାଇଛି । କିନ୍ତୁ କାଶୀ ବିଶ୍ୱନାଥଙ୍କ ଭଳି ମହାପ୍ରଭୂ ଜଗନ୍ନାଥଙ୍କ ମହିମା ମଣ୍ଡନ ଭାରତୀୟ ଜନତା ପାର୍ଟି କରିବ । ଓଡ଼ିଶାରେ ବିକାଶର ବହୁ ସମ୍ଭାବନା ରହିଛି । ସବୁଠୁ ଅଧିକ ଗରିବୀ ଓଡ଼ିଶାରେ ଅଛନ୍ତି । ଖଣିଜସମ୍ପଦର ଲୁଟ୍ ହେଉଛି । ବିଜେପି ସରକାର ଆସିଲେ ଏହି ଲୁଟ୍ ବନ୍ଦ ହେବା ସହ ଆଦିବାସୀ ଭାଇଭଉଣୀଙ୍କ ବିକାଶ ହୋଇପାରିବ ।
ଉପା ସରକାର ଅମଳରେ ୧ ଲକ୍ଷ ୪୩ ହଜାର କୋଟି ଟଙ୍କା ଆସିଥିଲା । କିନ୍ତୁ ନରେନ୍ଦ୍ର ମୋଦି ୧୦ ବର୍ଷରେ ୪ ଲକ୍ଷ ୮୧ ହଜାର କୋଟି ଟଙ୍କା ଦେଇଛନ୍ତି । ୧ ଲକ୍ଷ ୫୦ ହଜାର କୋଟି ଭିତ୍ତିଭୂମି, ୨୩ ହଜାର କୋଟି ସଡ଼କ, ୬୫ ହଜାର କୋଟି ରେଳବାଇକୁ ଦିଆଯାଇଛି । ୨୦ ବର୍ଷରେ ଓଡ଼ିଶା ଯେଉଁଠି ଥିଲା ଏବେ ସେଇଠି ରହିଛି । ଡବଲ ଇଞ୍ଜିନ ସରକାର ଯେଉଁଠି ହୋଇଛି ସେଠାରେ ରାଜ୍ୟ ତିନି ଚାରିଗୁଣା ପ୍ରଗତି କରିଛନ୍ତି । ଏବେ ସମୟ ଆସିଛି, ଓଡ଼ିଶାର ଯୁବକମାନେ ବିଶ୍ୱସ୍ତରରେ ସୁନାମ କରିବାର ।