ଜାତୀୟ ପରିସଂଖ୍ୟାନ ଦିବସ
କେନ୍ଦ୍ରାପଡା : ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ କେନ୍ଦ୍ରାପଡ଼ା ଠାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା ଏକକ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ବିଭାଗର ଉପନିଦେ୍ର୍ଦଶିକା ଆରତୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ, ପରିସଂଖ୍ୟାନ ବିଭାଗର ଅବସରପ୍ରାପ୍ତ ପରିସଂଖ୍ୟାନ ଅଧିକାରୀ, କ୍ଷେତ୍ର ପରିଦର୍ଶକ, ଅନୁସନ୍ଧାନକାରୀ ତଥା ଡିପିଏମ୍ୟୁର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଅତିଥିମାନେ ଜାତୀୟ ନମୂନା ସର୍ବେକ୍ଷଣ ତଥା ପରିସଂଖ୍ୟାନର ଜନକ ସ୍ୱର୍ଗତ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲାନୋବିଶଙ୍କ ଉପରେ ଆଲୋକପାତ କରିଥିଲେ । ସହକାରୀ ପରିସଂଖ୍ୟାନ ଅଧିକାରୀ ସୌମ ରଞ୍ଜନ ଦାଶ, ଜଗନ୍ନାଥ ରାଉତ ଏବଂ ଅଜୟ କୁମାର ଖୁଣ୍ଟିଆ ବୈଠକରେ ସହଯୋଗ କରିଥିବା ବେଳେ ପରିସଂଖ୍ୟାନ ଅଧିକାରୀ ପୁଷ୍ପାଞ୍ଜଳି ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।