ଛାତ୍ର କଂଗ୍ରେସର ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ

 ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା ଅନୁଷ୍ଠିତ କରାଯାଇଥିଲା । ସରକାରୀ ପରିବହନ ବ୍ୟବସ୍ଥାରେ ବିନା ଶୁଳ୍କରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବା ଏବଂ ଘରୋଇ ପରିବହନ ସେବା ଗୁଡିକରେ ୫୦% ରିହାତି ପ୍ରଦାନ କରିବା ଏହି ବିକ୍ଷୋଭର ମୁଖ୍ୟ ଉଦେ୍ଦଶ୍ୟ ଥିଲା  । ବଲାଙ୍ଗିର ଜିଲ୍ଲାରେ ତଥା  ରାଜ୍ୟର ବିଭିନ୍ନ କଲେଜ ଗୁଡିକର ଛାତ୍ର ଛାତ୍ରୀମାନେ ପାଠ ପଢିବା ପାଇଁ ଦୂରଦୂରାନ୍ତର ଗ୍ରାମାଂଚଳରୁ ଆସିଥାନ୍ତି  । ସେହି ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ବସ ସେବା ପହଞ୍ଚିି ପାରି ନାହିଁ । ତେଣୁ ଛାତ୍ର ଛାତ୍ରୀମାନଙ୍କର ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି ।  ମୋହନ ସରକାର ଏବଂ  ନବୀନ ସରକାରଙ୍କ ଭଳି ଛାତ୍ର ଛାତ୍ରୀମାନଙ୍କୁ ସୁବିଧା ଦେଖୁନାହିଁ । ଏହି ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନେ୍ଦାଳନ ହେବ ବୋଲି ବଲାଙ୍ଗିର ଛାତ୍ର କଂଗ୍ରେସ ସଭାପତି ଚିନ୍ମୟ ବେହେରା କହିଛନ୍ତି । ଏହି ଅବସରରେ ଦୁଇ ଦଫା  ଦାବିପତ୍ର ଆରଟିଓ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଅଶୋକ ନନ୍ଦ, ବୁଲୁ ଦାନି, ମନୀଷ ମିଶ୍ର, ସନ୍ତକ ବହିଦାର, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, କିରନ ସେଠ, ସମିର କୁମ୍ଭାର,  ମିଳନୀ ସାହୁ, ସାଇନା ବେଗମ, ବବିତା ସାହୁ, ଅଙ୍କିତ ସାହୁ, ପ୍ରତିକ ଷଡଙ୍ଗି, ଚନ୍ଦନ କୁମାର ସାହୁ, ଉଦିତ ସାହୁ  ପ୍ରମୁଖ ସାମିଲ ଥିଲେ ।