ଆଶିଷ ଯଖପୁରା ଥାନା ଆଇଆଇସି

 ଯଖପୁରା : ବିନା ଆଇଆଇସିରେ ବିଗତ ଦୁଇ ମାସ ଧରି ଯଖପୁରା ଥାନାରେ କାର୍ଯ୍ୟ ଚାଲିଥିଲା । ଯଖପୁରା ପରି ସମ୍ବେଦନଶୀଳ ଥାନାରେ ଆଇଆଇସି ନରହିବା ପୁଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ଥିଲା । ଇତିମଧ୍ୟରେ ଆଶିଷ କୁମାର ସାହୁ ଯଖପୁରା ଥାନା ଆଇଆଇସି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଯାଜପୁର ରୋଡ ଥାନାରେ କାର୍ଯ୍ୟ କରୁଥିଲେ । ସେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଜଣାଶୁଣା । ସ୍ଥାନୀୟ ଅଞ୍ଚଳରେ କିପରି ଆଇନକାନୁନ୍ ବ୍ୟବସ୍ଥା ଠିକ୍ ରହିବ ଓ ସାଧାରଣ ଲୋକ ପୁଲିସର ସେବା ପାଇପାରିବେ ତା ଉପରେ ଜୋର୍ ଦେବେ ବୋଲି କହିଛନ୍ତି ।