ଓଡ଼ିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ବଣ୍ଟନ ଉତ୍ସବ

ନବରଙ୍ଗପୁର : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାରେ ବର୍ଣ୍ଣବୋଧ ବଣ୍ଟନ - ବର୍ଣ୍ଣବୋଧ ଉସôବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକ୍ ଅନ୍ତର୍ଗତ ଭାଲୁଗୁଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ସରକାରଙ୍କ ଦ୍ୱାରା ମୁଦ୍ରିତ ମଧୁସୁଦନ ରାଓଙ୍କ ରଚିତ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିଥିଲେ । ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ବିଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି । ପିଲାମାନଙ୍କ ପାଠପଢା ଆରମ୍ଭରେ ଅକ୍ଷର ଚିହ୍ନିବା, ଲେଖିବା ଏବଂ ଭାଷା ଜ୍ଞାନକୁ ବୃଦ୍ଧି କରିବାରେ ବର୍ଣ୍ଣବୋଧର ବହୁତ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । 
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ ଲାଲ ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଆଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ପୁସ୍ତକକୁ ବଣ୍ଟନ କରିଥିଲେ । ଝରିଗାଁ ବିଧାୟକ ନରସିଂହ ଭତରା ଝରି ଗାଁ ବ୍ଲକ୍ ଅନ୍ତର୍ଗତ ଏକ୍ସଡିଏନ୍କେ ପ୍ରାଥମିକ ବିଦ୍ୟାଳୟ ଠାରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ବର୍ଣ୍ଣବୋଧ ପୁସ୍ତକକୁ ବଣ୍ଟନ କରିଥିଲେ  ।