ବିଜେପି ସରକାରର ବର୍ଷ ପୂର୍ତ୍ତି: ‘ବର୍ଷ ଏକ ଉପଲବ୍ଧô  ଅନେକ’ ବଖାଣିଲେ ମନ୍ତ୍ରୀ 

 ନବରଙ୍ଗପୁର : କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତିରେ "ବର୍ଷ ଏକ ଉପଲବ୍ଧି ଅନେକ’, ଗରିବ କଲ୍ୟାଣ, ସେବା ସୁଶାସନକୁ ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବିଭୁତି ଭୂଷଣ ଜେନା ସରକାରଙ୍କ ସଫଳତା ବଖାଣିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମନ୍ତ୍ରୀ ଏକ ବର୍ଷରେ ପଦାର୍ପଣ କରିଥିବା ସରକାରଙ୍କ ଉପଲବ୍ଧô ସମ୍ପର୍କରେ ତଥ୍ୟ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ସମସ୍ତ ପ୍ରତିଶ୍ରୁତି ପାଳନ କରି ସୁଭଦ୍ରା ଯୋଜନା, ଚାଷୀଙ୍କୁ ଇନପୁଟ ସବ୍ସିଡି, ଚାରିଦ୍ୱାର ଖୋଲିବା, ଅନ୍ତୋଦ୍ୟୟ ଗୃହ ଯୋଜନା, ଆୟୁଷ୍ମାନ ଭାରତ, ଯୋଜନା ତୁରନ୍ତ ଲାଗୁ କରାଇ ପାରିଛନ୍ତି । ସେହିପରି ସାମାଜିକ ନିରାପତ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ଯୋଗାଯୋଗକୁ ସୁବ୍ୟବସ୍ଥିତ କରି ବିକଶିତ ଓଡ଼ିଶା ଗଠନ କରିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ନବରଙ୍ଗପୁର ଜିଲ୍ଲାରେ ପିଏମ ଗତିଶକ୍ତିରେ ଭାରତ ମାଳା ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଖୁବ୍ଶୀଘ୍ର ରେଳ ସଂଯୋଗୀକରଣ ସହ ଏକ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି କହିଥିଲେ । ସେହିପରି ଅନ୍ୟାନ୍ୟ ଭିତ୍ତିଭୂମିକୁ କିପରି ସୁଦୃଢ଼ କରାଯାଇଛି, ତାହା ବଖାଣିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା ପ୍ରମୁଖ ଯୋଗ ଦେଇଥିଲେ ।