ସମୂହ ବ୍ରତୋପନୟନ ଉତ୍ସବ

ଭୁବନେଶ୍ୱର  : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୧୫ ବର୍ଷ ହେବ ଏଭଳି କାର୍ଯ୍ୟକ୍ରମ ମହାଆଡମ୍ବରରେ କରାଯାଉଅଛି  । ଉକ୍ତ କାର୍ଯ୍ୟକ୍ରମରେ ପୁରୁଣା ଭୁବନେଶ୍ୱରର ସମସ୍ତ ଯୁବ କର୍ମୀମାନେ ସହଯୋଗ କରିଥିଲେ । ଚଳିତ ଅପ୍ରେଲ ୭ ସୋମବାର ଦିନ ଏହା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ୧୬ଜଣ ପିଲାଙ୍କୁ ଅନୁଷ୍ଠାନ ପକ୍ଷରୁ ସଂପୂଣ୍ଣ ନିଃଶୁଳ୍କ ବ୍ରତୋପନୟନ କାର୍ଯ୍ୟକ୍ରମ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁରୁଣା ଭୁବନେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି ଓ ଜନସାଧାରଣ ଯୋଗଦାନ କରି ନୂତନ ବ୍ରହ୍ମଚାରୀ ମାନଙ୍କୁ ବେଦି ବନ୍ଦାଣ କରିବା ସହ ଏପରି ଉତ୍ସବକୁ ସାଧୁବାଦ ଜଣାଇଛନ୍ତି । କର୍ମଜିତ ଶତପଥୀ, ସନ୍ତୋଷ କୁମାର ପଣ୍ଡା, ମୋହିତ ମିଶ୍ର, ବିକାଶ ମହାପାତ୍ର, ଆଦିତ୍ୟ ମହାପାତ୍ର, ତୁଷାର ବାଜପେୟୀ, ସୌମ୍ୟ ସମିତ ପଣ୍ଡା, ଜଗନ୍ନାଥ ଦାସ, ଅବିନାଶ ଅରନ, ଆକଶ ଅରନ, ରୋହନ ଦାଶ, ପ୍ରିୟବ୍ରତ ପତି, ରାହୁଲ ଦାଶ, ଆଶିଷ କୁମାର ନନ୍ଦ, ଅସିତ୍ କୁମାର ଦାଶ, ଅମିତ କୁମାର  ଦାଶଙ୍କ ବ୍ରତୋପୟନ ହୋଇଥିଲା  ।