ବ୍ଲକ ବୈଠକ  ବର୍ଜନ କଲେ  ପଞ୍ଚାୟତ ପ୍ରତିନିଧି

 କୋଷାଗୁମୁଡା : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଞ୍ଚାୟତ ସମିତିରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ହେବାର  ସୂଚନା ଦିଆଯାଇଥିଲା ଓ କିନ୍ତୁ  ସରପଞ୍ଚ ସମିତି ସଭ୍ୟ ସଭ୍ୟା ବୈଠକ କୁ ବର୍ଜନ କରିଥିଲେ  ।  ଏଥିସହ ବିଡିଓ ଆଶିଷ ତ୍ରିପାଠୀଙ୍କୁ ଲିଖିତ ଭାବରେ ଦେଇ ନବରଙ୍ଗପୁର  ଜିଲ୍ଲାପାଳଙ୍କ ନିକଟରେ  ଫେରାଦ ହୋଇଛନ୍ତି  ।
ଏଥିରେ ଅଭିଯୋଗ ହୋଇଛି ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କର  ମର୍ଯ୍ୟାଦା କୁ ଅପମାନିତ କରାଯାଉଛି ଓ ରାଜନୈତିକ ଅସ୍ତିତ୍ୱକୁ ସମାପ୍ତ କରାଯାଉ ଥିବାରୁ ପଞ୍ଚାୟତ ସମିତି ବୈଠକ ବର୍ଜନ କରାଯାଇଛି  । ତ୍ରିସ୍ତରୀୟ ପଞ୍ଚାୟତ ରାଜର ବ୍ୟବସ୍ଥା ଅନୁଯାୟୀ  ଯେଉଁ ଠାରେ ଜନ ସାଧାରଣଙ୍କର ଆବଶ୍ୟକତା ଅନୁସାରେ କାର୍ଯ୍ୟ ଖସଡା  ପ୍ରସ୍ତୁତ କରାଯାଉଛି ଓ କିନ୍ତୁ ସେଭଳି ହେଉ ନାହିଁ  । ଆମ ଓଡିଶା ନବୀନ ଓଡିଶାରେ ପ୍ରତି ପଞ୍ଚାୟତ ରୁ ୫୦ ଲକ୍ଷ ଟଙ୍କା ବିନିଯୋଗ ହେଲା  । ବିଧାୟକ ଓ  ବ୍ଲକ ପ୍ରଶାସନ ଭିତ୍ତି ପ୍ରସ୍ତର ସ୍ଥାପନ କରି  ନିଜ କର୍ମୀ ମାନଙ୍କ ଦ୍ୱାରା କାର୍ଯ୍ୟ କରାଯାଇଛି  । ଏହି କାର୍ଯ୍ୟ ରେ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ଅଣ ଦେଖା କରି ବ୍ଳକ ପ୍ରଶାସନ ପଞ୍ଚାୟତ ପାଣ୍ଠି ଓ ପଞ୍ଚାୟତ ସମିତି ପାଣ୍ଠିକୁ ସ୍ୱଚ୍ଛାକୃତ ଭାବେ ବିଧାୟକଙ୍କର ରାଜନୈତିକ ପ୍ରତିଷ୍ଠା ଓ ସୁରକ୍ଷା ରେ ସହଯୋଗ କରୁଛନ୍ତି  । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ରେ ପାଞ୍ଚ ବର୍ଷ ପାଇଁ ଯୋଜନା ଖସଡା ପ୍ରସ୍ତୁତ କଲେ କିନ୍ତୁ  ଯୋଜନାର ୪୦   ପ୍ରତିଶତ ବିଧାୟକ  ଏବଂ ୬୦ ପ୍ରତିଶତ ପଞ୍ଚାୟତ ସମିତି ଭିତ୍ତିଭୂମି ସ୍ଥାପନ ଓ କର୍ମୀ ମାନଙ୍କୁ କାର୍ଯ୍ୟ ପ୍ରଦାନ କରିଛନ୍ତି  । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନଜଣାଇ ଷ୍ଟ୍ରିଟ ଲାଇଟ ଲଗା ଯାଉଛି ଓ ଏହା ପରେ ବିଧାୟକ ଓ ପଞ୍ଚାୟତ ସମିତି ଅଧିକାରୀ  ସରପଞ୍ଚ ଓ  ପିଇଓଙ୍କୁ ଚାପ ପ୍ରୟୋଗ କରି ଓ ଭୟ ଭିତ କରି କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସମିତି ବୈଠକ ବର୍ଜନ କରି ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି  ।