ଏସବୁ ଜିଲାରେ ପ୍ରବଳ ବର୍ଷା

ଏସବୁ ଜିଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର : ୧୩ ଜିଲାକୁ କାଳବୈଶାଖୀ ନେଇ ସତର୍କତା  ଜାରି କରାଯାଇଛି।  ଆସନ୍ତା ୩ ଦିନ  କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ବିଭିନ୍ନ ଜିଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି।୧୩ ଜିଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ନିଂ ଜାରି କରିଛି। ମୌସୁମୀ ଆଗମନକୁ ନେଇ ଅନୁକୂଳ ହେଉଛି ପାଗ।ଅନ୍ୟପକ୍ଷେ, ୩ ଘଣ୍ଟା ପାଇଁ ବର୍ଷା  ସତର୍କତା ଜାରି ରହିଛି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କତା କରାଯାଇଛି। ବର୍ଷା ପାଇଁ ୧୪ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୩୦ରୁ ୪୦କିମ ପବନ ନେଇ ସତର୍କ କରାଯାଇଛି। ଅନୁଗୋଳ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା,ମାଲକାନଗିରି, ନବରଙ୍ଗୁପୁରକୁ  ସତର୍କ କରାଯାଇଛି।