କଟକର ବିକାଶ ପାଇଁ ମୁଖ୍ୟ ସଚିବଙ୍କ ସମୀକ୍ଷା ବୈଠକ
ଭୁବନେଶ୍ୱର : କଟକରେ ପ୍ରସ୍ତାବିତ ସ୍ୱତନ୍ତ୍ର ଉନ୍ନୟନ ପ୍ରକଳ୍ପର କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଦଙ୍କ ସମେତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ କଟକ ଓଏମ୍ପି ଛକର ବିକାଶ ପାଇଁ ସେଠାରେ ଭେଣ୍ଡିଂ ଜୋନ, ଆଇଟି ପାର୍କ ଓ କନଭେନ୍ସନ ସେଣ୍ଟର ନିର୍ମାଣ ନେଇ କାର୍ଯ୍ୟାନୁଷ୍ଠାନ, ରାଣୀହାଟ ଛକର ବିକାଶ ପାଇଁ ଚିହ୍ନିତ ସ୍ଥାନରେ ଦୋକାନ ଗୃହ, ସରକାରୀ ବାସଗୃହ ଓ ଭେଣ୍ଡିଂ ଜୋନ ନିର୍ମାଣ ପାଇଁ ଡିଜାଇନ ଚୁଡ଼ାନ୍ତ କରାଯିବା, ସରକାରୀ ପ୍ରେସ୍, ଖପୁରିଆ ଠାରେ ଉପଲବ୍ଧ ଜମିର ଉନ୍ନତିକରଣ ପାଇଁ ଆବଶ୍ୟକ ରାସ୍ତାନିର୍ମାଣ ଏବଂ ସେଠାରେ ଡ. ହରେକୃଷ୍ଣ ମହତାବ ପ୍ରତିମୂର୍ତ୍ତି ନିକଟରେ ବଗିଚା ନିର୍ମାଣ ଓ ଭେଣ୍ଡିଂ ଜୋନ ଏବଂ ଉକôଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ, ସତ୍ୟଭାମାପୁରର ସମନ୍ୱିତ ବିକାଶ ପାଇଁ ପଦକ୍ଷେପ ନିଆଯିବା ପାଇଁ ଆଲୋଚନା କରାଯାଇଥିଲା । ଆହୁରି ମଧ୍ୟ ତ୍ରିଶୂଳିଆ ଛକରୁ ବାରଙ୍ଗ ଦେଇ ନନ୍ଦନକାନନ ପର୍ଯ୍ୟନ୍ତ ଅବଶିଷ୍ଟ ରାସ୍ତାକୁ ଓସାରିଆ କରାଯାଇ ଉନ୍ନତିକରଣ ପାଇଁ ପ୍ରସ୍ତାବ କାର୍ଯ୍ୟକାରୀ ସଂପର୍କରେ ଆଲୋଚନା କରାଯାଇଥିଲା । ସେହିପରି ମହାନଦୀରେ ଏକ ବ୍ୟାରେଜ ନିର୍ମାଣ କରାଯିବା ନେଇ ରହିଥିବା ପ୍ରସ୍ତାବ ସଂପର୍କରେ ଆଲୋଚନା କରାଯାଇଥିଲା । ବନ୍ୟା ନିୟନ୍ତ୍ରଣ, ଶିଳ୍ପ ପାଇଁ ଜଳର ଆବଶ୍ୟକତା, ପାନୀୟ ଜଳ ଏବଂ ଜଳସେଚନ ପାଇଁ ଜଳର ଉପଲବ୍ଧତାକୁ ଦୃଷ୍ଟି ଦେଇ ଏଥିପାଇଁ ସବୁଦୃଷ୍ଟିରୁ ସୁବିଧାଜନକ ହେବାକୁ ନଜର ରଖି ତଦନୁସାରେ ଯୋଜନା ପ୍ରସ୍ତୁତି, ବଡ଼ମ୍ବାରେ ଚିନି କଳ ପୁନରୁଦ୍ଧାର କାର୍ଯ୍ୟକାରୀ ସଂପର୍କରେ କାର୍ଯ୍ୟ ଅଗ୍ରଗତି, ନୂଆପାଟଣାଠାରେ ହସ୍ତତନ୍ତ ପ୍ରକଳ୍ପର ଅଗ୍ରଗତି, ଭଗତପୁର ସୂତା ମିଲ୍ର ପୁନରୁଦ୍ଧାର, କଟକର ୱେଲସ୍ପୁନ ଟେକ୍ସଟାଇଲସ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି, କଟକ ବାଙ୍କୀ, ଆଠଗଡ଼ ଏବଂ କଟକର ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର ପ୍ରକଳ୍ପ ସ୍ଥାପନ, ନରାଜ ଠାରେ ଭୂମି ବିକାଶ ଯୋଜନା, ଜିଲ୍ଲାର ବିଭିନ୍ନ ସ୍ଥାନରେ ଏମ୍ଏସ୍ଏମ୍ଇ ପାର୍କ ନିର୍ମାଣ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ନିମନ୍ତେ ନିଦେ୍ର୍ଦଶ ଦିଆଯାଇଥିଲା ।