ତାଳବ ଗ୍ରାମରେ ମା ସମଲେଶ୍ୱରୀଙ୍କ ବଏଲଯାତ୍ରା
samaleswari

ସମ୍ବଲପୁର – ସମ୍ବଲପୁର ତାଳବ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ବଏଲ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରାରେ ପୂଜା ଅର୍ଚ୍ଚନା କରାଯିବା ପରେ ରାତ୍ରିରେ ଦେବୀଙ୍କ ବରୁଆ ଦେହରେ ଆବିର୍ଭାବ ହେବା ସହିତ ଜନସାଧାରଣଙ୍କୁ ଦର୍ଶନ ଦେଇଥିଲେ । କିମ୍ବଦନ୍ତୀ ଅନୁସାରେ ଏହା ଏହି ଅଞ୍ଚଳର ସର୍ବ ପୁରାତନ ତଥା ସ୍ୱୟଂ ଆବିର୍ଭାବ ମନ୍ଦିର ହୋଇଥିବାରୁ ଚଳିତ ବର୍ଷ ପ୍ରବଳ ଜନ ସମାଗମ ହୋଇଥିଲା । ଏଠାରେ ପଶୁବଳୀକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମା ସମଲେଶ୍ୱରୀଙ୍କ ନିକଟରେ ଜୁଗାର ରୂପରେ ମାନସିକ ଭୋଗ ଅର୍ପଣ ହୋଇ ଆସୁଛି । ଏହି ଅବସରରେ ଗ୍ରାମ୍ୟ ବାସୀଙ୍କ ଦ୍ୱାରା ୧୧ ଫୁଟର ଜୁଗାର ପ୍ରସ୍ତୁତ କରାଯାଇଥିଲା । ଏହି ଜୁଗାର ଗ୍ରାମ୍ୟ ପରିକ୍ରମା କରିବା ପରେ ମା ଙ୍କ ନିକଟରେ ଅର୍ପଣ କରାଯାଇଥିଲା । ଏହି ଗ୍ରାମର ଏହି ଯାତ୍ରାର ଅନ୍ୟ ଏକ ମୂଖ୍ୟ ଆକର୍ଷଣ କଳାକୁଞ୍ଜ ଅଟେ । ବର୍ତମାନ ସମୟରେ ଚାଲୁଥିବା ବିଭିନ୍ନ କଳା, ସାମାଜିକ ବୈଧତା ତଥା ପାଣିର ମହତ୍ୱ, ନାରୀ ସୁରକ୍ଷା, ସୁଭଦ୍ରା ଯୋଜନାର ତାପ୍ତର୍ଯ୍ୟ, ବୃଦ୍ଧ ମାତା ପିତାମାନଙ୍କୁ ମିଳୁଥିବା ସରକାରୀ ସହଯୋଗ, କୃଷ୍ଣଙ୍କର ବାଲ୍ୟ ଲିଲା ଇତ୍ୟାଦି ମୂର୍ତି ମାଧ୍ୟମରେ ଜନସାଧରଣମାନକୁ ସଚେତନତା କରଯାଇଥିଲା । ସଂଧ୍ୟାରେ ବିଭିନ୍ନ ଆଧ୍ୟାତ୍ମିକ ସାସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ ହୋଇଥିଲା ।