ହୋଟେଲରେ ଯୁବକଙ୍କୁ ହତ୍ୟା ମାମଲା : ୨ ଗିରଫ 

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ଆଜି ସହଦେବଖୁଣ୍ଟା ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ ଯୁବକର ସାଙ୍ଗ ରାମ ସିଂ ଓ ତାଙ୍କ ବାନ୍ଧବୀକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।  

   ସୂଚନା ଅନୁସାରେ, ଦୁଇ ଦିନ ତଳେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଏକ ହୋଟେଲରୁ ଜଣେ ଯୁବକର ମୃତ ଦେହ ପୁଳିସ ଜବତ କରିଥିଲା । ଏହି ମାମଲାରେ ସମୃକ୍ତ ଥିବା ଦୁଇ ଅଭିଯୁକ୍ତ ହତ୍ୟା କାଣ୍ଡପରେ ଫେରାର ହୋଇ ଯାଇଥିଲେ। ଆଜି ଉଭୟଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି ।