ଜାଲ୍‌ ରସିଦ୍‌ ଦେଖାଇ ଗୋ-ଚାଲାଣ; ୪ ଅଟକ

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ କୋରାଇ ରାସ୍ତାରେ ୮ଟି ଅଣ୍ଡିରା ବାଛୁରୀଙ୍କୁ ଚଲାଇ ଚଲାଇ ନେଇ ଯାଉଥିବା ୪ ଜଣ ବ୍ୟକ୍ତି ସ୍ଥାନୀୟ ଜନସାଧାରଣଙ୍କ ଦ୍ୱାରା ଅଟକ ପରେ ଥାନାକୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି । ପ୍ରକାଶଯେ ଆଜି ୮ଟି ବାଛୁରୀଙ୍କୁ ଚଲାଇ ଚଲାଇ ୪ ଜଣ ବ୍ୟକ୍ତି କେନ୍ଦୁଝର ଜିଲ୍ଲାର ପାଟଣା ଥାନା ଅଞ୍ଚଳର ଅସୁବାହାଳୀ ଗ୍ରାମର ବାଇଧର ମହନ୍ତଙ୍କ ପୁଅ ଗଗନନ ,ଘଟଗାଁ ଥାନା ଅନ୍ତର୍ଗତ ପର୍ଶୁରାମ ମହନ୍ତଙ୍କ ପୁଅ ଭରତ, ମଧୁ ମୁଣ୍ଡାଙ୍କ ପୁଅ କାଳିଆ ଓ ବରହମ ପୁର ଗ୍ରାମର ଅଜୟ ପଢିଆରୀଙ୍କ ପୁଅ ମନୋଜ  କୋରାଇ ଅଭିମୂଖେ ଯାଉଥିବାର ଦେଖି ସଂଦେହରେ ସ୍ଥାନୀୟ ଜନସାଧାରଣ ସେମାନଙ୍କୁ ଅଟକାଇବା ସହିତ ଗୋରୁ ନେଉଥିବା ସଂକ୍ରାନ୍ତୀୟ କାଗଜପତ୍ର ମାଗିଥିଲେ । କିନ୍ତୁ ଉକ୍ତ ଚାରି ଜଣ କୁଆଖିଆ ଅଞ୍ଚଳର ସଂସ୍କାର ଗୋଶାଳାର ରସିଦ ଦେଖାଇଥିଲେ । ପରେ ଉକ୍ତ ଗୋଶାଳା ସହିତ ଯୋଗାଯୋଗ କରିବାରୁ ତାହା ଜାଲ ବୋଲି ଜଣାପଡ଼ିଥିଲା । ଏ ନେଇ ଉକ୍ତ ଗୋଶାଳା କର୍ମକର୍ତ୍ତା ବୈକୁଣ୍ଠ ନାଥ, ଶ୍ରୀଧର ତ୍ରିପାଠୀ, ଅଭୟ ପାଣି ଓ ସୁର୍ଯ୍ୟକାନ୍ତ ସାହୁ  ପାଣିକୋଇଲି ଆସି ଉକ୍ତ କାଗଜକୁ ଦେଖିବା ପରେ ତାହା ଜାଲ ବୋଲି ଜଣାପଡ଼ିଥିଲା ।