କ୍ଲିନିକରେ ପିଲା ବିକ୍ରି ଅଭିଯୋଗରେ ୮ ଅଟକ


 ନୂଆଦିଲ୍ଲୀ : ବେଆଇନ୍ ସରୋଗେସୀ ଓ ପିଲା ବିକ୍ରି ରାକେଟକୁ ହାଇଦ୍ରାବାଦ ପୁଲିସ୍ ଠାବ କରିବା ସହ ୮ ଜଣଙ୍କୁ ଅଟକ ରଖିଛି  । ଫର୍ଟିଲିଟି ସ୍ପେଶିଆଲିଷ୍ଟ ଡକ୍ଟର ଏ ନମ୍ରଥା ଓ ତାଙ୍କ ପୁଅ ବିଜୟୱାଡ଼ା, ସିକନ୍ଦରବାଦ, ବିଶାଖାପାଟଣା ଓ କୋଣ୍ଡାପୁରରେ ଏହି କ୍ଳିନିକ୍ ଚଳାଉଥିଲେ  । ଏମାନଙ୍କ ନାମରେ ହାଇଦ୍ରାବାଦର ବିଭିନ୍ନ ଥାନାରେ ୧୦ ଅଭିଯୋଗ ଥିବାବେଳେ ସରକାର ଲାଇସେନ୍ସ ବି ରଦ୍ଦ କରିଦେଇଥିଲେ  । ସେମାନେ ସରୋଗେସୀ ନାମରେ ମିଛ କହି ୨୦ରୁ ୩୦ ଲକ୍ଷ ଟଙ୍କା ଠକି ନେଉଥିଲେ  । ଡିଏନଏ ପରୀକ୍ଷାରୁ ଏହା ପ୍ରମାଣିତ ହୋଇଛି  । ଏହି କ୍ଳିନିକର ମାଲିକ ଓ ଅନ୍ୟମାନେ ଅସହାୟ ମହିଳାଙ୍କୁ ପ୍ରଲୋଭିତ କରୁଥିଲେ  । ଯେଉଁମାନେ ଆବର୍ସନ କରିବାକୁ ଚାହୁଁଥିଲେ ସେମାନଙ୍କୁ ଟଙ୍କାର ଲୋଭ ଦେଖାଇ ଛୁଆ ଜନ୍ମ କରାଉଥିଲେ  । ପରେ ସେହି ଶିଶୁଙ୍କୁ ସରୋଗେସୀରେ ସନ୍ତାନ ଚାହୁଁଥିବା ଲୋକମାନଙ୍କୁ ମିଛ କହି ଦେଇ ଦେଉଥିଲେ  ।