ଅରୁଣ ମନ୍ତ୍ରୀ ପାଇବେ ‘ସାରଳା ଦାସ ସଂସ୍କୃତି ସମ୍ମାନ'

 ଭୁବନେଶ୍ୱର : ସାରଳା ଦାସ ସ୍ମୃତି ସଂସଦ ଓଡ଼ିଶା ଭୁବନେଶ୍ୱରର କାର୍ଯ୍ୟ ନିର୍ବାହୀ ବୈଠକ ସଂସଦର ବରିଷ୍ଠ ସଦସ୍ୟ ରାମନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ୪.୨.୨୦୨୫ ମାଘ ଶୁକ୍ଳ ସପ୍ତମୀରେ ହେବାକୁ ଥିବା ସାରଳା ଦାସଙ୍କ ଶ୍ରାଦ୍ଧ ଉସôବ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିଦିନ ପ୍ରଭାତରେ ବିନ୍ଦୁସାଗରରେ ଆଦିକବି ସାରଳା ଦାସଙ୍କ ଉଦେ୍ଦଶ୍ୟରେ ତିଳ ତର୍ପଣ କରାଯାଇ କଳ୍ପନା ଛକ ନିକଟ ଭଞ୍ଜ କଳା ମଣ୍ଡପ ପରିସରରେ ଆଦିକବିଙ୍କ ପ୍ରତିମୂର୍ତ୍ତିରେ ପଲ୍ୟାର୍ପଣ କରାଯିବ । ସନ୍ଧ୍ୟା ସମୟରେ ସେହି ଭଞ୍ଜ କଳା ମଣ୍ଡପ ସଭା ଗୃହରେ ଆଦିକବିଙ୍କର ଶ୍ରାଦ୍ଧ ଉସôବ ପାଳନ କରାଯିବ । ଏହି ଅବସରରେ ସାରଳା ମହାଭାରତକୁ ହିନ୍ଦୀ ଭାଷାରେ ଅନୁବାଦ କରିଥିବା ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟରୁ ସେବା ନିବୃତ ହୋଇଥିବା ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ‘ସାରଳା ଦାସ ସ୍ମୃତି ସମ୍ମାନ' ରେ ସମ୍ମାନିତ କରାଯିବ । ସେହିପରି ବିଶିଷ୍ଟ ଗୀତିକାର ଅରୁଣ ମନ୍ତ୍ରୀଙ୍କୁ ‘ସାରଳା ଦାସ ସଂସ୍କୃତି ସମ୍ମାନ'ରେ ସମ୍ମାନିତ କରାଯିବ । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାରଳା ଦାସଙ୍କ ଜୀବନୀ ସମ୍ବଳିତ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ‘ସାରଳା ଦାସ ସ୍ମୃତି ପୁରସ୍କାର'ପ୍ରଦାନ କରାଯିବ । ଏହାସହିତ ସଂସଦ ଦ୍ୱାରା ପ୍ରକାଶିତ ‘ଶାରଳା କ୍ୟାଲେଣ୍ଡର ୨୦୨୫' ଓ ‘ସାରଳା ସର୍ଜନା ୨୦୨୪' ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଉସôବରେ ଡ ସିଦ୍ଧାର୍ଥ କାନୁନଗୋ, ତ୍ରିନାଥ ବାରିକ, ସମୀର ରଞ୍ଜନ ଗଛାୟାତ, ବିକାଶ ଚନ୍ଦ୍ର ପରିଜା ପ୍ରମୁଖ ଉପସ୍ଥିତ ଥିଲେ ।