କୃଷିରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ

 ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ୱାରା ବିକଶିତ କୃଷି ସଂକଳ୍ପ ଅଭିଯାନ ନେଇ କୃଷିରଥର ଶୁଭାରମ୍ଭ ହୋଇଯାଇଛି । ଏହି ସମାରୋହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ ସମେତ ନୂଆପଡ଼ା ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭରତଲାଲ ରାଉତ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ସୁବାଷ ଚନ୍ଦ୍ର ରଇତ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଏବଂ ବିଭିନ୍ନ ଜିଲ୍ଲାର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ନାୟକ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଜିଲ୍ଲାପାଳ ଏବଂ  ନୂଆପଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ୬୦ଟି ଗ୍ରାମରେ ଏହି ଅଭିଯାନ ୧୫ ଦିନ ପର୍ଯ୍ୟନ୍ତ ଚାଲିବ ଏବଂ କୃଷିରଥ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ । ଯୋଜନାର ତଦାରଖ ଏବଂ କାର୍ଯ୍ୟକାରୀ ନେଇ ୩ଗୋଟି ଦଳ ଗଠିତ ହୋଇଛି । ଯେଉଁଥିରେ କୃଷି ବିଭାଗ ସହ କୃଷି ବିଜ୍ଞାନ କେନ୍ଦ୍ର, ଆଇସିଏଆର୍, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଗ୍ରାମ ଗୁଡ଼ିକୁ ପରିଦର୍ଶନ କରିବେ ଏବଂ ଚାଷୀଙ୍କ ସହ ପରାମର୍ଶ କରିବେ ।