ଦଳ ଛାଡ଼ିବେ ବିଜେଡ଼ି ଏମପି
amar satapathy
ଭୁବନେଶ୍ୱର : ପୁଣି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଅମର ଶତପଥି । ବିଜେଡ଼ିର କିଛି ରାଜ୍ୟସଭା ସାଂସଦ ଦଳ ଛାଡ଼ିବେ ବୋଲି ସେ କହିଛନ୍ତି । ଖୁବଶୀଘ୍ର ସେମାନେ ବିଜେଡ଼ି ଛାଡ଼ି ବିଜେପିକୁ ଯିବାର ସମ୍ଭାବନା ରହିଛି । ଅମରଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି ।
ସୂଚନାଯୋଗ୍ୟଯେ, ନିକଟ ଅତୀତରେ ଅମର ଏମିତି ବିସ୍ଫୋରକ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି । ସେ କହିଥିଲେଯେ, ବିଜେଡ଼ିରେ ଆଉ ସବୁକିଛି ଠିକ୍ ଚାଲିନାହିଁ । ନେତାଙ୍କ ମନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ସେ ଆଉ ବିଜେଡ଼ିରେ ନାହାନ୍ତି କି ସଭ୍ୟ ପଦ ବି ନବୀକରଣ କରିନାହାନ୍ତି । ଅନ୍ୟ ଦଳରୁ ତାଙ୍କୁ ଡାକରା ଆସିଛି । ସେ ଏବେ ନୀରବ ରହିଛନ୍ତି ବୋଲି କହିଥିଲେ ।