ନାଟକ ‘ନୀଳ ଆକାଶରେ ଝଡ଼’ ମଞ୍ଚସ୍ଥ 

 ଭୁବନେଶ୍ୱର:  ଓଡିଶା ଖଣି ନିଗମର କର୍ମଚାରୀମାନଙ୍କୁ ନେଇ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି ନାଟକ "ନୀଳ ଆକାଶ ରେ ଝଡ’ । ଏଥିରେ ଅତିଥି ଭାବରେ ଖଣି ନିଗମର ଡାଇରେକ୍ଟର ଏଚ୍ଆର ଆଲୋକ ପାଲ, ସତ୍ୟଜିତ ମହାନ୍ତି, ମଳୟ ରଞ୍ଜନ କର ପ୍ରମୁଖ ଯୋଗ ଦେଇ ନାଟକକୁ ଉଦ୍ଘାଟନ କରିଥିଲେ । ସୁଖଦୁଃଖ ଭରା ନାଟକଟି ଭରପୁର ରଙ୍ଗମଞ୍ଚରେ ଦର୍ଶକମାନଙ୍କର ବେଶ ଉପଭୋଗ୍ୟ ହୋଇଥିଲା । ଦର୍ଶକମାନଙ୍କ କରତାଳି କଳାକାର ମାନଙ୍କୁ ବେଶ ଉତ୍ସାହିତ କରିଥିଲା । ନାଟ୍ୟକାର ଅଧ୍ୟାପକ ଗୋଲେକ ମହାରଣା ନାଟକଟିକୁ ରଚନା କରିଥିବାବେଳେ ନିଦେ୍ର୍ଦଶନା ଦେଇଥିଲେ ତ୍ରିନାଥ ବାରିକ । ସହଯୋଗୀ ନିଦେ୍ର୍ଦଶକ ଥିଲେ ଜିତେନ୍ଦ୍ର ଓ ସୁବାଷ । ଏଥିରେ ନଳିନୀକାନ୍ତ, ବିଜୟ, ସ୍ମୃତି ରଞ୍ଜନ, ରୁଦ୍ର, ଲାଲା, ଜ୍ୟୋତିଷ, ଲିପୁନ, ବୁଲୁ, କଣ୍ଡୁରୀ, ରାଜେଶ, ନନ୍ଦ, କରୁଣାକର, ଉମା, ମାମା, ବନ୍ଦନା, ଅମ୍ବିକା ଓ ଶିଶୁ କଳାକାର ଆୟନ ଅଭିନୟ କରିଥିଲେ ।