କେନ୍ଦ୍ରକୁ ଯିବେ ଶାଳିନୀ: କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ନିଯୁକ୍ତ


 ଭୁବନେଶ୍ୱର :  କେନ୍ଦ୍ରକୁ ଯିବେ ବରିଷ୍ଠ ଆଇଏଏସ ଅଫିସର ଶାଳିନୀ ପଣ୍ଡିତ  । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ସଚିବ ତଥା ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି  । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟିର ଅନୁମୋଦନ ପରେ ଆଜି ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି  । ଶ୍ରୀମତୀ ପଣ୍ଡିତଙ୍କୁ ୫ ବର୍ଷ କିମ୍ବା ପରବର୍ତ୍ତୀ ନିଦେ୍ର୍ଦଶ ପର୍ଯ୍ୟନ୍ତ କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ଶ୍ରୀମତୀ ପଣ୍ଡିତ ଏବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି  ।