କୋଚେ, ଜେଠୱା ଓ ପ୍ରଣବଙ୍କୁ କେନ୍ଦ୍ର ଡିଜି ର୍ୟାଙ୍କ
ଭୁବନେଶ୍ୱର : ଆଜି କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି କମିଟି ୩୫ ଆଇପିଏସ ଅଫିସରଙ୍କୁ ଡିଜି ର୍ୟାଙ୍କ ପାହ୍ୟା ପ୍ରଦାନ କରିଛନ୍ତି । ସେମାନେ କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟ କଲେ ଡିଜି ବା ତତୁଲ୍ୟ ର୍ୟାଙ୍କରେ ହିଁ କାର୍ଯ୍ୟ କରିିବେ । ଏହି ତାଲିକାରେ ଓଡ଼ିଶା କ୍ୟାଡ଼ରର ଦୁଇ ଆଇପିଏସ ଅଫିସର ଓ କର୍ଣ୍ଣାଟକ କ୍ୟାଡ଼ରର ଜଣେ ଓଡ଼ିଆ ଆଇପିଏସ୍ ଅଛନ୍ତି । ୧୯୯୩ ବ୍ୟାଚ୍ ଆଇପିଏସ ଆରପି ରାଓ କୋଚେ ଓ ୧୯୯୪ ବ୍ୟାଚ୍ ଆଇପିଏସ ଯଶୱନ୍ତ କୁମାର ଜେଠୱାଙ୍କୁ ଡିଜି ବା ତତୁଲ୍ୟ ର୍ୟାଙ୍କ ପ୍ରଦାନ କରାଯାଇଛି । ମହାରାଷ୍ଟ୍ର ଜନ୍ମିତ ଆଇପିଏସ କୋଚେ ଏବେ ଗୁଇନ୍ଦା ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଛନ୍ତି । ସେପଟେ ବମ୍ବେରେ ଜନ୍ମିତ ଆଇପିଏସ ଜେଠୱା ଭିଜିଲାନ୍ସ ନିଦେ୍ର୍ଦଶକ ଭାବେ କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ କର୍ଣ୍ଣାଟକ କ୍ୟାଡ଼ରର ୧୯୯୪ ବ୍ୟାଚ୍ ଓଡ଼ିଆ ଆଇପିଏସ ଅଫିସର ପ୍ରଣବ ମହାନ୍ତିଙ୍କୁ ମଧ୍ୟ ଏହି କ୍ୟାଡ଼ର ମିଳିଛି ।