ସ୍ତ୍ରୀ ଓ ଶାଶୂକୁ ମାରି ପୋତିଦେଲା
ବାରିପଦା : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକରେ ଦେଖିବାକୁ ମିଳିଛି ଲଜ୍ଜ୍ୟାକର ଘଟଣା । ସ୍ତ୍ରୀ ଓ ଶାଶୁକୁ ହତ୍ୟା କରି ମାଟିରେ ପୋତି ଦେବା ପରେ ତା’ ଉପରେ କଦଳୀ ଗଛ ଲଗାଇ ଦେଇଥିଲା ଜହ୍ଲାଦ । ହତ୍ୟାକୁ ଲୁଚେଇବା ପାଇଁ ହତ୍ୟାକାରୀ ଯେତେ ଫନ୍ଦି କରିଥିଲେବି ଶେଷରେ ପୁଲିସ୍ ତା’ର ଅସଲ ଚେହେରାର ପର୍ଦ୍ଦାଫାଶ କରିଛି । ଏଭଳି ଅଭାବନୀୟ ଘଟଣା କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଦେଖିବାକୁ ମିଳିଛି । ଏହି ହତ୍ୟା ଘଟଣାରେ କୁଳିଅଣା ଥାନା ପୁଲିସ ହତ୍ୟାକାରୀ ଦେବାଶିଷ ପାତ୍ରକୁ ଗିରଫ କରିଥିବା ବେଳେ ଅଧିକ ତଦନ୍ତ ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ ବଡ଼ ନୂଆଗାଁ ଗ୍ରାମର ଦେବାଶିଷ ପାତ୍ର କୌଣସି କାରଣକୁ ନେଇ ରାଗରେ ତାଙ୍କ ସ୍ତ୍ରୀ ଓ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଦେବାଶିଷଙ୍କ ସ୍ତ୍ରୀ ସୋନାଲି ଦଳାଇ ଦୀର୍ଘଦିନ ଧରି ସ୍ୱାମୀଙ୍କୁ ଛାଡି ନିଜ ଘରେ ରହୁଥିଲେ । ଚଳିତ ମାସ ୧୨ ତାରିଖରେ ସୋନାଲି ଦଳାଇ ତାଙ୍କ ମା’ ସୁମତା ଦଳାଇଙ୍କ ସହ ସ୍ୱାମୀଙ୍କ ପାଖକୁ ଆସିଥିଲେ । ୧୫ ଦିନରୁ ଉଦ୍ଧ୍ୱର୍ ଦିନ ଧରି ଧରି ମା, ଝିଅ ନିଖୋଜ ଥିବାନେଇ ମୃତକ ସୋନାଲିର ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପ୍ରଥମେ ସାହି ପଡିଶା ଘଟଣାକୁ ସନେ୍ଦହ କରିଥିଲେ । ମା’ ଝିଅର କୌଣସି ଖବର ନମିଳିବାରୁ ଆଜି କୁଳିଅଣା ପୁଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ହତ୍ୟାକାରୀର ଷଡଯନ୍ତ୍ର ଜଣାପଡିଥିଲା । ସ୍ତ୍ରୀ ଓ ଶାଶୁକୁ ଗତ ଜୁଲାଇ ୧୫ତାରିଖରୁ ହତ୍ୟା କରି ହତ୍ୟାକାରୀ ମାଟି ତଳେ ପୋତି ଦେଇଥିବା ସ୍ୱୀକାର କରିଛି । ହତ୍ୟା କରିବା ପରେ ନିଜ ଲେମ୍ବୁ ବଗିଚାରେ ଗାତ ଖୋଳି ଉଭୟଙ୍କ ମୃତଦେହକୁ ପୋତି ଦେଇଥିଲା । କାହାର ସନେ୍ଦହ ହେବନାହିଁ ବୋଲି ତା’ ଉପରେ କଦଳୀ ଗଛ ଲଗାଇ ଦେଇଥିଲା । ଦେବାଶିଷ କୁଳିଅଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ କୁଆବୁଡ଼ା ସବସେଣ୍ଟରରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଭାବେ କାର୍ଯ୍ୟ କରନ୍ତି । ଝିଅ ଘର ଲୋକେ କୁଳିଅଣା ଥାନାରେ ପହଁଞ୍ଚି ମା, ଝିଅ କୁ ହତ୍ୟା କରି ଲେମ୍ବୁ ବାଡ଼ିରେ ମାଟି ତଳେ ପୋତି ଦେଇଥିବାର ଅଭିଯୋଗ କରିବାରୁ ଥାନା ଆଇଆଇସି ମଧୁମିତା ମହାନ୍ତି, ମାଜିଷ୍ଟ୍ରେଟ୍ ଦୁର୍ଗା ଚରଣ ମୁର୍ମୁଙ୍କ ଉପସ୍ଥିତରେ ସାଇଣ୍ଟି ଫିକ ଟିମ ସହାୟତା ନେଇ ତଦନ୍ତ ଆରମ୍ଭ କରିଥିଲେ ।