ବଦଳିଲେ ୭୯ ଡିଏସ୍ପି


 ଭୁବନେଶ୍ୱର: ରାଜ୍ୟ ସରକାର ଡିଏସପିସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି  । ଆଜି ୭୯ ଡିଏସପିଙ୍କୁ ବଦଳି କରାଯାଇଛି  । ବରିଷ୍ଠ ଓପିଏସ ଅଧିକାରୀ ସୁଧାଂଶୁ ଭୂଷଣ ଜେନାଙ୍କୁ ଭଦ୍ରକ ସଦର ଡିଏସପି, ମନୋଜ କୁମାର ବେହେରାଙ୍କୁ ଲକ୍ଷ୍ମୀପୁର ଏସଡ଼ିପିଓ, ସଂଜୟ କୁମାର ମଣ୍ଡଳଙ୍କୁ କୋରାପୁଟ ସଦର ଏସଡ଼ିପିଓ, ସତ୍ୟଜିତ କଣ୍ଡାନକେଲଙ୍କୁ ପାପଡ଼ାହାଣ୍ଡି ଏସଡ଼ିପିଓ, ରଜନୀକାନ୍ତ ସମାଲଙ୍କୁ କାମାକ୍ଷାନଗର ଏସଡ଼ିପିଓ ଭାବେ ବଦଳି କରାଯାଇଛି  । ସେହିପରି ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ପାନପୋଷ ଏସଡ଼ିପିଓ, ସୁରେଶ କୁମାର ତ୍ରିପାଠୀଙ୍କୁ ଆର. ଉଦୟଗିରି ଏସଡ଼ିପିଓ, ଉପେନ୍ଦ୍ର ପ୍ରଧାନଙ୍କୁ ଖରିଆର ଏସଡ଼ିପିଓ, ମର୍ସିରାଣୀ ପୂର୍ତ୍ତିଙ୍କୁ ଏସଡ଼ିପିଓ, ଶରତ ଚନ୍ଦ୍ର ପାତ୍ରଙ୍କୁ ଏସିପି ପୁଲିସ କମିଶନରେଟ, ଈଶ୍ୱର ତାଣ୍ଡିଙ୍କୁ ସମ୍ବଲପୁର ହେଡ଼କ୍ୱାର୍ଟର ଡିଏସପି, ସୁକୁମାର ତ୍ରିପାଠୀଙ୍କୁ ଅନୁଗୁଳ ହେଡ଼କ୍ୱାର୍ଟର ଡିଏସପି, ରଜନୀକାନ୍ତ ମିଶ୍ରଙ୍କୁ ରେଢ଼ାଖୋଲ ଏସଡ଼ିପିଓ, ପ୍ରଶାନ୍ତ କୁମାର ମେହେରଙ୍କୁ ଡିଏସପି, ଆଇଏଚଟିୟୁ ସମ୍ବଲପୁର, କର୍ଣ୍ଣେଲିସ ବିଲୁଙ୍ଗ, ମନୋରଞ୍ଜନ ପାଇକରାୟ, ପୁଷ୍ପାଞ୍ଜଳୀ ଜେନା, ସବିତା ବେହେରା, ପ୍ରଦୀପ କୁମାର ସାମଲ, ଚନ୍ଦ୍ରକଳା ଜେନା, ବ୍ରଜକିଶୋର ସାହୁ, ଅନିରୁଦ୍ଧ ନାୟକ, ମମିତା କୁମାର ପ୍ରଧାନ, ସରିତା ତ୍ରିପାଠୀ, ହେମାମାଳିନୀ ନାୟକ, ସୁଲୋଚନା ନାୟକ, ପୁନୀତ ପ୍ରଭା ବାଗେ, ଜଗବନ୍ଧୁ ଅଙ୍ଗାରିଆ, ଅଶୋକ କୁମାର ବିରୁଆ, ପ୍ରମିଳା ସୁନା, ସୂର୍ଯ୍ୟକାନ୍ତ ତାକ୍ରି, ସୁଷମା ତିର୍କୀ, ରଶ୍ମୀତା ଲାକ୍ରାଙ୍କୁ ଡିଏସପି ଭିଜିଲାନ୍ସ ଭାବେ ବଦଳି କରାଯାଇଛି  । 
ଅପରପକ୍ଷରେ ରଶ୍ମୀରଞ୍ଜନ ଦାସଙ୍କୁ ଡିଏସପି ପିସିଆର ସେଲ, ଜଗତସିଂହପୁର, ସସ୍ମିତା ବେହେରାଙ୍କୁ ଡିଏସପି ଆଇଏଏଚଟିୟୁ , ସଂଗୀତା ମହାପାତ୍ରଙ୍କୁ ଡିଏସପି ପିଟିସି, ଅନୁଗୁଳ ଭାବେ ବଦଳି କରାଯାଇଛି  । ସେହିପରି ମମତା ପାଣିଗ୍ରାହୀ, ନିରଞ୍ଜନ ଦାସ, ଅନିରୁଦ୍ଧ ମୁଦୁଲି, ସୁମନ୍ତ କିଷାନ, ମେନକା ରାଉତ, ଭବାନୀ ପ୍ରଧାନ, ବିଜୟିନୀ ମଲ୍ଲ, ଅଭିମନୁ୍ୟ ନାୟକ ପ୍ରମୁଖଙ୍କୁ ମଧ୍ୟ ଡିଏସପି ଭାବେ ବଦଳି କରାଯାଇଛି  ।