କୋରାପୁଟ ପରବ ଆମର ଗର୍ବ
ପ୍ରାକୃତିକ ପରିବେଶରେ ଭରା କୋରାପୁଟ ଜିଲ୍ଲା ନୈସର୍ଗିକ ସୌନ୍ଦର୍ଯ୍ୟର ଗନ୍ତାଘର । ଓଡିଶାର ଦକ୍ଷିଣାଞ୍ଚଳରେ ଅବସ୍ଥିତ ଏକ ପାହାଡିଆ ବଣ ଜଙ୍ଗଲରେ ପରିପୃଷ୍ଠ ଆଦିବାସୀ ସଂସ୍କୃତିରେ ସମୃଦ୍ଧ ଜିଲ୍ଲା । କୋରାପୁଟ ଜିଲ୍ଲାର ଆଦିବାସୀ ସଂସ୍କୃତି କେବଳ ଓଡିଶାରେ ନୁହେଁ ସାରା ଭାରତରେ ପ୍ରଖ୍ୟାତ । ଆମ ରାଜ୍ୟର ଅନ୍ୟ ଜିଲ୍ଲାପରି ଏହି ଜିଲ୍ଲାର ଜନସାଧାରଣ ଅନେକ ପର୍ବପର୍ବାଣି ପାଳନ କରନ୍ତି । ଏହାସହିତ ଏହି ଜିଲ୍ଲାର ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ' ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବରେ ସ୍ୱୀକୃତି ଲାଭ କରିଛି । ବାସ୍ତବରେ ପରବ ଏକ ଉତ୍ସବ ନୁହେଁ ଏହି କୋରପୁଟର ଜନଜାତୀୟ ପରମ୍ପରା, ନୃତ୍ୟ,ଭାଷା ଖାଦ୍ୟ ଜୀବନଶୈଳିର ଏକ ଚମତ୍କାର ପରିପ୍ରକାଶ ।
- ପରବର ସୃଷ୍ଟି : ପ୍ରଥମେ ୧୯୯୬ ମସିହାରେ ପରବ ଆରମ୍ଭ ହୋଇଥିଲା । ସେବେଠାରୁ ପ୍ରତି ଡିସେମ୍ବର ମାସରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ବାସ୍ତବରେ ୧୯୯୫ ମସିହାରେ ଆରମ୍ଭ କରାଯାଇଥିବା ଜଙ୍ଗର ଉତ୍ସବ । ପରବର୍ତ୍ତୀ ବର୍ଷ ପରବ,ନାମରେ ନାମିତ କରାଯାଇ ପାଳନ କରାଯାଇଥିଲା । ଏହା ପରେ ପ୍ରତ୍ୟେକ ବର୍ଷ ଏହାର କଳବର ବୃଦ୍ଧିପାଇ,ବର୍ତ୍ତମାନ ଏହା ଏବ ରାଜ୍ୟସ୍ତରୀୟ ଉତ୍ସବର ମାନ୍ୟତା ପାଇଛି । ମାସେ ବ୍ୟାପି ପାଳିତ ହୋଇଥିବା ଏହି ଉତ୍ସବରେ ଖେଳ, ନାଚ, ନୌକାଚାଳନା, ଗୀତ, କବି ସମ୍ମୀଳନୀ ଆଦି ଅନୁଷ୍ଠିତ ହୋଇଥାଏ । ଏହି ପରବ ମହୋତ୍ସବରେ ଜିଲ୍ଲାର ଅନେକ ବ୍ଳକ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଉତ୍ସବରେ ଅଂଶଗ୍ରହଣ କରନ୍ତି । ଜିଲ୍ଲାସ୍ତରରେ ମୁଖ୍ୟ ଉତ୍ସବ ୩ ଦିନ ପାଳିତ ହେଉଥିଲେ ମଧ୍ୟ ପାଲ୍ଲୀଶ୍ରୀ ମେଳା ୫ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାଏ ।
- ପରବର ଉଦ୍ଦେଶ୍ୟ :
୧. କୋରାପୁଟ ଆଦିବାସୀ ସଂସ୍କୃତିକୁ ବିଶ୍ୱ ସମ୍ମୁଖକୁ ଆଣିବା ।
୨. ସ୍ଥାନୀୟ ହସ୍ତଶିଳ୍ପକୁ ନୃତ୍ୟ ସଂଗୀତ ଓ ଖାଦ୍ୟକୁ ପ୍ରମୋଟ କରିବା ।
୩. କୋରାପୁଟରେ ପର୍ଯ୍ୟାଟନ ସଂଖ୍ୟା ବଢି ଚାଲିଛି । - ପରବର ମୁଖ୍ୟ ଆକର୍ଷଣ : କୋରାପୁଟର ପରବ ମହୋତ୍ସବ ଅନେକ ଦୃଷ୍ଟିରୁ ଆକର୍ଷଣ ହୋଇଥାଏ । ଏହି ସମୟରେ କୋରାପୁଟ ସହର ନିଜକୁ ରଙ୍ଗୀନ ଭାବରେ ସହାଇଥାଏ । ବନାତ୍ୟ ଶୋଭାଯାତ୍ରା ଘୁମୁରା ବାଦ୍ୟ, ଧେମସା ନୃତ୍ୟ,ଦେଶିଆ ନାଚ, ପାରମ୍ପାରିକ ଖାଦ୍ୟ, ହସ୍ତଶିଳ୍ପ ମେଳାର ଇତ୍ୟାଦି ମନକୁ ଛଇଯାଏ । ପରବ ପଡିଆ ଷ୍ଟଲ ଗୁଡ଼ିକରେ ହାତ ବୁଣା କପଡ଼ା, ଗହଣା, କାଠ କାମ ବାଉଁସ, ମୃତ୍ତିକା ଶିଳ୍ପ,ଆୟୁରବେଦିକ ଉତ୍ପାଦ ଇତ୍ୟାଦି ଲୋକଙ୍କୁ ଆକର୍ଷିତ କରେ ।
- ପର୍ଯ୍ୟଟନ ଓ ଅର୍ଥନୈତିକ ମହତ୍ତ୍ୱ : କୋରାପୁଟ ପରବ ଅର୍ଥନୈତିକ ବିକାଶରେ ମଧ୍ୟ ସାହାଯ୍ୟ କରେ । ଏହା ଅନ୍ୟ ଜିଲ୍ଲା ରାଜ୍ୟ ରାଜ୍ୟ ବାହାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ତେଣୁ ହଜାର ହଜାର ପର୍ଯ୍ୟଟକ ଏଠାକୁ ଆଗମନ କରନ୍ତି ଓ ପରବର ମଜା ନିଅନ୍ତି । ବିଭିନ୍ନ ଦ୍ରବ୍ୟ କରନ୍ତି । ତେଣୁ ବ୍ୟବସାୟୀ ଶିଳ୍ପ ଓ କଳାକାରମାନଙ୍କ ଆର୍ଥିକ ଉନ୍ନତି ହୋଇଥାଏ ।
ତେଣୁ କୋରାପୁଟ ପରବ ଏକ ଉତ୍ସବ ନୁହେଁ ବରଂ ଏହା ଆଦିବାସୀ ଜୀବନଶୈଳୀର ପରିପ୍ରକାଶ । ବିଶ୍ୱ ବିଜୟୀ ସ୍ୱାମୀ ବିବେକାନଦଙ୍କ ମତରେ "ଜନ୍ମରୁ ମଣିଷ ଭିତରେ ଥିବା ପୂର୍ଣ୍ଣତାର ପରିପ୍ରକାଶ ହିଁ ଶିକ୍ଷା ଅଟେ’ । ତେଣୁ ପରବ ବାସ୍ତବରେ ଅନେକଙ୍କ ଅନ୍ତନିହିତ ଶାନ୍ତି ଜାଗରିତ କରିବାରେ ସାହାଯ୍ୟ କରିଛି । ଆସନ୍ତୁ ସମସ୍ତେ ଚେଷ୍ଟା କରିବା ପରବ ଯେପରି ରାଜ୍ୟ ସ୍ତରୀୟ ଉତ୍ସବ ଜାତୀୟ ସ୍ତରୀୟ ଉତ୍ସବରେ ପରିଣତ ହେବ । ସମଗ୍ର ଦେଶ ବିଦେଶରେ ଏହାର ପ୍ରସାର ଓ ଆଦର ବଢ଼ାଇବା ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ।
କେମିତି ଆସିବେ :
ସଡ଼କ ପଥ - ଭୁବନେଶ୍ୱର ତଥା ଅନ୍ୟାନ୍ୟ ଜିଲ୍ଲାର ସଡ଼କ ପଥ କୋରାପୁଟ ସହ ସଂଯୁକ୍ତ ରହିଛି ।
ବିମାନ ପଥ- ଭୁବନେଶ୍ୱର ତଥା ବିଶାଖାପାଟନାରୁ ଜୟପୁରକୁ ସୁବିଧା ରହିଛି । ଜୟପୁରରୁ କୋରାପୁଟ ର ଦୂରତା ମାତ୍ର ୨୨ କିମି ।
ରେଳପଥ- ଭୁବନେଶ୍ୱର ତଥା ରାଜ୍ୟର ଅନେକ ଜିଲ୍ଲାରୁ କୋରାପୁଟ ଆସିବାର ସୁବିଧା ରହିଛି ।
ଡ଼. ପ୍ରଦୀପ କୁମାର ସ୍ୱାଇଁ, ଅଧ୍ୟାପକ, ବୋରିଗୁମ୍ମା, କୋରାପୁଟ
ଦୁରାଭଷା -୭୩୨୬୯୦୬୯୬୮