ଡ୍ରେନ ଉପରେ ସ୍ଲାପ ପକାଇ ବିଲ ହାତେଇବାକୁ ମସୁଧା
ଦାନଗଦୀ : ଡ୍ରେନ ପୁରୁଣା କିନ୍ତୁ ତା ଉପରେ ଖାଲି ନୂଆ ସ୍ଲାବ ପକାଇ ବିଲ ହାତେଇବାକୁ ମସୁଧା ରଚିଛନ୍ତି । ଦାନଗଦୀ ବ୍ଲକରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଦିଗହରା । ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ନିମନ୍ତେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ କିଛି ସ୍ଥାନରେ ଯୋଜନା ଦିଗହରା ସାମ୍ନାକୁ ଆସିଛି । ଦାନଗଦୀ ବ୍ଲକର ହେଡ଼ କ୍ୱାର୍ଟର ପଞ୍ଚାୟତ ହେଉଛି ତ୍ରିଜଙ୍ଗା ପଞ୍ଚାୟତ । ପଞ୍ଚାୟତରେ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ୨୦୨୪-୨୫ ଆର୍ଥôକ ବର୍ଷ ପାଇଁ ଦୁଷ୍ମନ୍ତ ବିଶ୍ୱାଳ ଘର ଠାରୁ ଚରଣ ବାରିକ ଘର ପର୍ଯ୍ୟନ୍ତ ରାସ୍ତା କଡରେ ନୂତନ ଭାବେ ଡ୍ରେନ ନିର୍ମାଣ କରିବା ସହିତ ଡ୍ରେନ ଉପରେ କଭର ସ୍ଲାପ ପକାଇବାପାଇଁ ୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟକୁ ପଞ୍ଚାୟତ ସମିତି ଦାନଗଦୀର ନିର୍ବାହୀ ଯନ୍ତ୍ରୀ କରୁଥିବା ବେଳେ କିପରି ପୁରୁଣା ଡ୍ରେନ ଉପରେ କଭର ସ୍ଲାପ ପକାଇ ସମ୍ପୂର୍ଣ ନୂଆ କାମ ବୋଲି କହି ବିଲ କରିବାକୁ ଯୋଜନା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିମିଶି ଲୁଟ କରିବା ପାଇଁ ଏହା ଏକ ଯୋଜନା ବୋଲି ସାଧାରଣରେ ଆଲୋଚନା ହେଉଛି । ଏସମ୍ପର୍କରେ ବ୍ଲକ ଜେଇଙ୍କୁ ପଚାରିବାରୁ ତଦନ୍ତ ହେବ ବୋଲି କହିଛନ୍ତି । ତେବେ ଏଦିଗରେ କେବେ କାର୍ଯ୍ୟନୁଷ୍ଠାନ ସହ ତଦନ୍ତ ହେଉଛି ତାହା ଦେଖିବାକୁ ବାକି ରହିଲା ।