ରାସ୍ତାରେ ମାଡିଲାଣି ଅନାବନା ଗଛ

 ବରୀ : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ପଞ୍ଚାୟତ ସଙ୍ଗୁଅ ବିଦ୍ୟାଳୟ ନିକଟରୁ ତନ୍ତୀଘାଇ ନଦୀକୂଳରେ ଯାଇଥିବା ପୂର୍ତ୍ତ ବିଭାଗର ନିତି ଦିନିଆ ରାସ୍ତାର ଉଭୟ ପାର୍ଶ୍ୱରେ ଅନାବନା ଗଛ ରାସ୍ତାକୁ ମାଡି ଆସିବାରୁ ଯାତାୟତରେ ଘୋର ଅସୁବିଧା ଦେଖା ଦେଇଛି । ଏଥି ସହିତ ରାସ୍ତା ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖବରା ଯୋଗୁ ଖରାପ ଯାତାୟତ ଅସୁବିଧା ଦେଖାଦେଉଛି । ଏହି ନିତଦିନିଆ ରାସ୍ତା ଉପରେ ପ୍ରତି ଦିନ ଚଟୁମାରୀ, ସଙ୍ଗୁଅ, ଡଅଁରକୂଳ, କାନପୁର, ତନ୍ତୀଘାଇର ଜନ ସାଧାରଣ ଯାତାୟତ କରିଥାନ୍ତି । ବର୍ଷାଦିନ ଥିବାରୁ ବିଷାକ୍ତ ସରି ସୃପଙ୍କ ଆଡାସ୍ତଳୀ ପାଲଟିଛି । ପୂର୍ତ୍ତ ବିଭାଗ ମରାମତି ନକରିବାରୁ ରାସ୍ତା ଦିନକୁ ଦିନ ଖରାପ ହେଉଛି । ବନ୍ୟା ସମୟରେ ମଧ୍ୟ ଉଭୟ ପାର୍ଶ୍ୱରୁ ଅନାବନା ଗଛ ସଫା କରାଯାଇନାହିଁ । ଏସମ୍ପର୍କରେ ପୂର୍ତ ବିଭାଗର କନିଷ୍ଠଯନ୍ତ୍ରୀ ଭଗବାନ ବେହେରା କୁହନ୍ତି ସଂପୃକ୍ତ ରାସ୍ତାଟିକୁ ଖୁବଶୀଘ୍ର ମରାମତି କରାଯିବ ।