ଖାଲି ପଡିଛି ଶିକ୍ଷାଧିକାରୀଙ୍କ ପଦବୀ

 ଗୋପ :   ପୁରୀ ଜିଲ୍ଲାର ଗୋପ ବ୍ଲକରେ ଥିବା ସରକାରୀ ଅନୁଷ୍ଠାନ ଗୁଡିକର ସ୍ଥିତି ପରଖୁଛି କିଏ ? କୋଟି କୋଟି ଟଙ୍କା ବ୍ୟୟବରାଦ ସତ୍ତ୍ୱେ ରକ୍ଷଣାବେକ୍ଷଣ ଅଭାବ ହେତୁ ଅଧିକାଂଶ ଶିକ୍ଷାନୁଷ୍ଠାନଗୁଡିକ ଆଜି ଜଙ୍ଗଲର ଭ୍ରମସୃଷ୍ଟି କରୁଛି । ଉକ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ପଦବୀଟି ଅନେକ ଦିନ ହେବ ଖାଲି ପଡ଼ିଥିବା ହେତୁ ଶିକ୍ଷାବ୍ୟବସ୍ଥା ସମସ୍ୟା କ୍ରମଶଃ ହ୍ରାସ ପାଉଛି । ଗୋପ ହେର୍ଡକ୍ୱାଟରରେ ଥିବା ସରକାରୀ ନିଗମାନନ୍ଦ ହାଇସ୍କୁଲର ପ୍ରଧାନଶିକ୍ଷକ ଦୀର୍ଘ ଏକ ବର୍ଷରୁ ଊଦ୍ଧ୍ୱର୍ ହେବ ନାହାନ୍ତି । ଠିକ ସେହିପରି ଓଡିଶା ଆଦର୍ଶ ବିଦ୍ୟାଳୟୟରେ ପ୍ରମୁଖ ବିଷୟର ଶିକ୍ଷକମାନଙ୍କ  ପଦବୀ ସହିତ ସ୍ଥାୟୀ ଅଧ୍ୟକ୍ଷଙ୍କ ପଦବୀ ମଧ୍ୟ ଖାଲି ପଡିଛି । ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୩୨୦ଜଣ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । ଉକ୍ତ ବିଦ୍ୟାଳୟଟି ସ୍ଥାପିତ ହେବା ଦିନ ଠାରୁ  ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ସତ୍ତ୍ୱେ ସମାଧାନର ବାଟ ନାହିଁ । ମୋଟାମୋଟି କହିବା ଗଲେ ଗୋପରେ ବର୍ତ୍ତମାନ ମୁରବୀ ଶୂନ୍ୟ ହୋଇପଡିଛି । ଯଦିଓ ଶିକ୍ଷାନୁଷ୍ଠାନ ଗୁଡିକ ତକôାଳୀନ ସରକାରଙ୍କ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ରୂପାନ୍ତୀକରଣ ହୋଇଥିଲା ।  କିନ୍ତୁ ଆଜିର ଅବସ୍ଥା ମଧ୍ୟରେ ଅନେକ ଫରକ୍ ବାରି ହେଉଛି । କାହାର ସ୍ମାର୍ଟ କ୍ଲାସ ରୁମର ପ୍ଲାଷ୍ଟର ଖସିଲାଣି ତ କାହାର କବାଟ ଝରକା ଭାଙ୍ଗିଗଲାଣି । ଏହାଦ୍ୱାରା ପିଲାମାନଙ୍କର ପାଠପଢ଼ାରେ ସମସ୍ୟା ସୃଷ୍ଟି ହେଉଛି । ଏହି ସବୁ ସବୁ ସମସ୍ୟା ମଧ୍ୟରେ ଗୋପ ବ୍ଲକରେ ଥିବା ଶିକ୍ଷାନୁଷ୍ଠାନ ଗୁଡିକ ଗତି କରୁଛି । ଅଥଚ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କାହାରି ଆନ୍ତରିକତା ନଥିବା ପରି ମନେ ହେଉଛି । ଉକ୍ତ ସମସ୍ୟାର ସମାଧାନ ପାଇଁ  ନିମାପଡାର ବିଧାୟିକା ତଥା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।