ରିମାଣ୍ତରେ ଗଲାବେଳେ କାନ୍ଦିଲେ ହଂସିତା : କହିଲେ ମୋତେ ଫସେଇ ଦିଆଯାଇଛି

ରିମାଣ୍ଡବେଳେ କାନ୍ଦି ପକାଇଲେ ହଂସିତା। କହିଲେ ମତେ ଦୟା କରନ୍ତୁ, ମତେ ଫସେଇ ଦିଆଯାଇଛି । କିଛି ଏଭଳି କହି କାନ୍ଦି ପକାଇଲେ ହଂସିତା । 420 ଠକ ବଣ୍ଟି-ବବଲି ହଂସିତା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ସ୍ପେଶାଲ କ୍ରାଇମ ୟୁନିଟ । ରିମାଣ୍ଡରେ ନେବା ପୂର୍ବରୁ ଦୁହିଁଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଆଉ କ୍ୟାପିଟାଲ ହସ୍ପିଟାଲରୁ ଯିବା ସମୟରେ ହଂସିତା କାନ୍ଦି ପକାଇଛନ୍ତି ।...    

ଅନ୍ୟପଟେ ଅନିଲ କହିଛନ୍ତି, ଆମେ କିଛି ଜାଣିନାହୁଁ। ଯେଉଁମାନେ ଆମ ବିରୋଧରେ କେସ୍ କରିଛନ୍ତି, ସେମାନଙ୍କୁ ବି ଆମେ ଚିହ୍ନିନୁ । ତଦନ୍ତ ହେଲେ ସବୁ ପଦାକୁ ଆସିବ।....  ଦିନିକିଆ ରିମାଣ୍ଡ ନେଇ ହଂସିତା ଓ ଅନୀଲଙ୍କୁ ଜେରା କରୁଚି ସ୍ପେଶାଲ କ୍ରାଇମ୍ ୟୁନିଟ୍  । ଠକେଇ ସିଣ୍ଡିକେଟ ନେଇ ଅଧିକ ଖୋଳତାଡ଼ କରୁଛି । ପୂର୍ବରୁ ଜବତ ଡିଜିଟାଲ ଡିଭାଇସ ଗୁଡିକୁ ଷ୍ଟେଟ୍‌ ଫରେନସିକ ଲ୍ୟାବକୁ ପଠାଯାଇଛି ।

ରଘୁନାଥପୁର ସ୍ଥିତ ଅଫିସରୁ ଜବତ ଲାପଟପ,  କମ୍ପ୍ୟୁଟର ଓ ମୋବାଇଲର ଫରେନସିକ ଟେଷ୍ଟ ପାଇଁ ପଠାଯାଇଛି । ପଟିଆ ଅଞ୍ଚଳରେ ହଂସୀତା ଓ ଅନୀଲ ଲିଭ ଇନରେ ରହୁଥିବା ଆପାର୍ଟମେଣ୍ଟ ଯାଇ ଛାନଭିନ କରିଛି ଇନ୍ଫୋସିଟି ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ ୟୁନିଟ  ।

 ତଦନ୍ତ ବେଳେ ଏକ NGOର ଟଙ୍କାକୁ ନେଇ ବିବାଦ ଥିବା କଥା ଜାଣିବାକୁ ପାଇଛି ପୋଲିସ  । କଳାହାଣ୍ଡି ନର୍ଲାରୁ ଆସିଥିବା ହଂସୀତା, ଏକ ସ୍ପା'ରେ କାମ କରୁଥିବା ବେଳେ ଏତେ କୋଟିର ମାଲିକ କେମିତି ହେଲେ ତାକୁ ନେଇ ଚାଲିଛି ଖୋଲତାଡ଼  । କାଲି ହଂସିତାଙ୍କ ଆଉ ଏକ ସ୍ୱାମୀ ଗଞ୍ଜାମ ଜିଲ୍ଲାର ସରୋଜ ସାହୁଙ୍କୁ କାବୁ କରିଛି ଆୟକର ବିଭାଗ । ହଂସିତାର ସବୁ ବେନାମୀ କାରବାରରେ ସରୋଜ ସେୟାର ହୋଲ୍ଡର ଥିବା ଜାଣିବାକୁ ପାଇଛି ଆୟକର ବିଭାଗ । ସେହିପରି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଆଚାର୍ଯ୍ୟ କଲୋନୀରେ ହଂସିତାଙ୍କ ଶଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୀମାଞ୍ଚଳ ଆଚାର୍ଯ୍ୟଙ୍କ ଘରେ ଚଢ଼ାଉ କରିଥିଲା   ଆୟକର ବିଭାଗ । ୨୦୨୦ ମସିହାରେ ସୀମାଞ୍ଚଳଙ୍କ ପୁଅ ମନୋଜ ଆଚାର୍ଯ୍ୟଙ୍କୁ ହଂସିତା ବିବାହ କରିଥିଲେ। ମନୋଜ ଆଚାର୍ଯ୍ୟ ବାଲିଗୁଡ଼ା NAC କାଉନସିଲର ଥିଲେ  ।  କଂଗ୍ରେସ ଟିକେଟରୁ ୨୦୧୯ ରେ କନ୍ଧମାଳ ଲୋକସଭା ଟିକଟ ପାଇ ନିର୍ବାଚନ ଲଢିଥିଲେ।