ଦାନା’ର ପରବର୍ତ୍ତୀ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଶୁକ୍ରବାର ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଆର୍ସିଙ୍କ କାର୍ୟ୍ୟାଳୟରେ ପହଞ୍ଚି ବାତ୍ୟା ‘ଦାନା’ର ପରବର୍ତ୍ତୀ ସମୀକ୍ଷା କରିଛନ୍ତି। ଉକ୍ତ ବୈଠକରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ଡିଜି ଓ୍ବାଇ ବି ଖୁରାନିଆ, ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାର ଜିଲାପାଳଙ୍କ ସହ କଥା ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଆମେ ନିରବଚ୍ଛିନ ଭାବେ କାମ କରୁଥିବା ବେଳେ ଏଥିରେ ଅଭୂତପୂର୍ବ ସଫଳତା ହାସଲ କରିଛୁ। ଦକ୍ଷ ଅଧିକାରୀମାନଙ୍କୁ ସ୍ପଟ୍କୁ ପଠାଯାଉଥିବା ବେଳେ ମନ୍ତ୍ରୀମାନେ ବି ବାତ୍ୟା ସ୍ଥଳରେ ଉପସ୍ଥିତ ଥିଲେ। କୌଣସି ବି ସ୍ଥାନରେ ଅପ୍ରିତିକର ଘଟଣା ଘଟିନି। ଖୁବ୍ ଶୀଘ୍ର କ୍ଷୟକ୍ଷତିର ଆକଳନ କରି ପରବର୍ତ୍ତୀ କାର୍ୟ୍ୟପନ୍ଥା ସ୍ଥିର କରାଯିବ । ବିଭିନ୍ନ ବିଭାଗର ସମନ୍ୱୟ ଯୋଗୁ ବାତ୍ୟାର ସୁପରିଚାଳନା ହୋଇପାରିଛି। ଆଜି ସକାଳୁ ଲୋକେମାନେ ବାତ୍ୟା ଆଶ୍ରୟ ସ୍ଥଳରୁ ଘରକୁ ବାହୁଡ଼ିଲେଣି।