ଖୁବ୍‌ଶୀଘ୍ର ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଖୁବ୍‌ଶୀଘ୍ର ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର କରି ସାରିଛନ୍ତି । ଦିତୀୟ ପର୍ଯ୍ୟାୟରେ ମଧ୍ୟ ପ୍ରଚାର କରିବେ ଏବଂ ଶେଷଭାଗରେ ମାରାଥନ ପ୍ରଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି । 

ନବୀନଙ୍କୁ କଟାକ୍ଷ :-

ଅନ୍ୟପକ୍ଷରେ ନବୀନଙ୍କ ନୂଆପଡ଼ା ପ୍ରଚାରକୁ ନେଇ କଟାକ୍ଷ କରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ନବୀନ ବାବୁ ନବୀନ ନିବାସରୁ ବାହାରନ୍ତୁ, କାମ କରିବାକୁ ପ୍ରେରଣା ମିଳିବ।