ଗଁଦିଆ ଅଞ୍ଚଳରେ ହାତୀ ଆତଙ୍କ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ମୁଖ୍ୟ କେନ୍ଦ୍ର ଗଁଦିଆ ଓ ଏହାର ଆଖପାଖ ଅଂଚଳରେ ୩ଦିନ ଧରି ୩ଗୋଟି ହାତୀ ମାନଙ୍କର ଉପସ୍ଥିତ ଅଂଚଳ ବାସୀଙ୍କ ପାଈଁ ଆତଙ୍କ ସୃଷ୍ଟି କରିଛି । ସନ୍ଧ୍ୟା ହେବା କ୍ଷଣି ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଥିବା କାଜୁ ଜଙ୍ଗଲ ଓ ମୁଗୁପଦା ଶାଳବଣୀ ଜଙ୍ଗଲରେ ହାତୀ ୩ ଟି ଦିନସାରା ରହୁଥିବା ବେଳେ ସନ୍ଧ୍ୟା ହେଲେ ବାହାରି ନିକଟସ୍ଥ ଜନ ବସତି ମୁହାଁ ହେଉଛନ୍ତି । ଗନ୍ଦିଆ -ଭୁବନ ମୁଖ୍ୟ ରାସ୍ତାର ୧୯ମାଇଲ ଛକ ଠାରେ ଉକ୍ତ ହାତୀ ୩ ଗୋଟି ରାସ୍ତା ପାର ହେଉଥିବା ଯୋଗୁ ଯାତାୟତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି ଉକ୍ତ ଛକ ପାଖରେ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବସ୍ଥିତ । ଉକ୍ତ ସ୍ଥାନରେ ହାତୀଙ୍କର ଉପସ୍ଥିତ ରାତିରେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ମାନେ ଏହି ରାସ୍ତା ଦେଇ ଆସିବାକୁ ସୁରକ୍ଷିତ ମଣୁ ନାହାନ୍ତି । ପାଖରେ ଥିବା ଗ୍ରାମ ଶ୍ରୀରାମଚନ୍ଦ୍ରପୁର, ଜୁଆଳିବନ୍ଧ, ମଠତେନ୍ତୁଳିଆ, ଆଙ୍କୁରଦା ବାଙ୍ଗୋଲ, ମୁଗୁପଦା ଆଦି ଗ୍ରାମ ଗୁଡିକର ଜନସାଧାରଣ ସନ୍ଧ୍ୟା ହେବାକ୍ଷଣି ଯାତାୟତ କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ବିଶେଷ ଭାବରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରାତ୍ରି କାଳୀନ ସେବା ନିମନ୍ତେ ଆସୁଥିବା ରୋଗୀ ମାନଙ୍କ ପାଈଁ ବିଶେଷ ସମସ୍ୟା ଦେଖାଦେଉଛି । ବନ ବିଭାଗ ପକ୍ଷରୁ ଉକ୍ତ ୧୯ମାଇଲ ଜନବହୁଳ ଛକ ଠାରେ ସନ୍ଧ୍ୟା ସମୟ ଠାରୁ ରାତ୍ରି ୧୨ପର୍ଯ୍ୟନ୍ତ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଜାରି ରଖିବା ସହିତ ତୁରନ୍ତ ଉକ୍ତ ହାତୀରହୁଥିବା ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଥିବା କାଜୁ ଜଙ୍ଗଲ ଓ ମୁଗୁପଦା ଶାଳବଣୀ ଜଙ୍ଗଲ ମଧ୍ୟରୁ ତୁରନ୍ତ ସ୍ଥାନନ୍ତର ପାଈଁ ଅଂଚଳ ବାସୀଙ୍କ ପକ୍ଷରୁ ଦାବି ହେଉଛି ।