ବିଧାୟକ ପବିତ୍ର ସାଉନ୍ତା ସାଧାରଣ ସମ୍ପାଦକ

 କୋରାପୁଟ : ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ନବ ଗଠିତ ପ୍ରଦେଶ କଂଗ୍ରେସ କମିଟିରେ ସାଧାରଣ ସମ୍ପାଦକ ଭାବେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ  ପବିତ୍ର ସାଉଁନ୍ତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି  । କଂଗ୍ରେସ ପିସିସି ସଭାପତି ଭାବେ ଭକ୍ତ ଚରଣ ଦାଶ ତାଙ୍କ ନୂତନ ଟିମରେ ବିଧାୟକଙ୍କୁ ସୁଯୋଗ ଦେଇଥିବାରୁ ସାଉଁନ୍ତା ରାହୁଲ ଗାନ୍ଧି ଏବଂ ପିସିସି ସଭାପତିଙ୍କୁ ଧନ୍ୟବାଦ ଦେଇଛନ୍ତି  । ଦଳ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ମନପ୍ରାଣ ଦେଇ କାର୍ଯ୍ୟକରିବି ବୋଲି ବିଧାୟକ କହିଛନ୍ତି  । ଏଥିସହ ଲକ୍ଷ୍ମୀପୁର  ନିର୍ବାଚନ ମଣ୍ଡଳୀ ଏବଂ କୋରାପୁଟ ଜିଲ୍ଲାବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇଛନ୍ତି  ।