ଗଜଲଷ୍ମୀ ପୂଜାରେ ୯ ଦିନ ଚାଲିବ ମେଳା

ାା ପ୍ରଭାନୁ୍ୟଜ୍ ।ା ଢେଙ୍କାନାଳ: ମା ଗଜଲକ୍ଷ୍ମୀଙ୍କ ପୂଜା ଅବସରରେ ଢେଙ୍କାନାଳସ୍ଥିତ ମହିଷାପାଟ ପଲ୍ଲିଶ୍ରୀ ମେଳା ପଡିଆରେ ୧୬ ଅକ୍ଟୋବର ରୁ ୨୫ ଅକ୍ଟୋବର ପର୍ଯ୍ୟନ୍ତ ୯ଦିନ ଧରି ପଲ୍ଲିଶ୍ରୀ ମେଳା ଅନୁଷ୍ଠିତ ହେବ । ଏହି ମେଳାରେ ଏହି ବର୍ଷ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ବ୍ୟବସାୟୀ ଯୋଗଦେବେ । ଏଥର ମେଳରେ ୨୫୦ ଟି ଷ୍ଟଲ ରହିବ । ଏହା ସହିତ ମେଳରେ ଅଂଶ ଗ୍ରହଣ କରୁଥିବା ବ୍ୟବସାୟୀ, କଳାକାର ଓ ଅତିଥିଙ୍କ ରହଣି ବ୍ୟବସ୍ଥା, ନିରବଛିନ୍ନ ବିଦୁ୍ୟତ ଯୋଗାଣ, ନିୟମିତ ସଫେଇ, ପାନୀୟ ଜଳ ଯୋଗାଣ, ଯାନବାହାନ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଆଶୁ ଚିକିସôା, ଆମ୍ବୁଲାନ୍ସ ବ୍ୟବସ୍ଥା, ଉତ୍ପାଦକ ସାମଗ୍ରୀ ବିମକ୍ଷ କରଣ, ଏଟିଏମ ବ୍ୟବସ୍ଥା ସିସିଟିଭି ବ୍ୟବସ୍ଥା, ବୃଦ୍ଧବୃଦ୍ଧାଙ୍କ ପାଇଁ ହୁଇଲ ଚେଆର ବ୍ୟବସ୍ଥା କରାଯାଇଛି । ଏଥିସହିତ ୭ମ ଜିଲ୍ଲାସ୍ତରୀୟ ଲୋକକଳା ମହୋସôବ ଅକ୍ଟୋବର ୧୯ ତାରିଖ ରୁ ୨୧ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲିଶ୍ରୀ ମେଳା ପଡିଆରେ ଅନୁଷ୍ଠିତ ହେବ ।