ହୋଣ୍ଡା ୟୁନିକର୍ଣ୍ଣ ୧୬୦ ନୂଆ ମଡେଲ ଉଦ୍ଘାଟିତ
ଢେଙ୍କାନାଳ : ଢେଙ୍କାନାଳ ଉପକଣ୍ଠ କୋରିହାଁ ସ୍ଥିତ ହୋଣ୍ଡା ଦୁଇଚକିଆ ଯାନର ଅଧିକୃତ ବିକ୍ରେତା ଏସଜି,ଏପିଏଲ୍ ହୋଣ୍ଡା ଶୋ' ରୁମ୍ ଠାରେ ହୋଣ୍ଡା କମ୍ପାନୀ ଦ୍ୱାରା ନିର୍ମିତ ୟୁନିକର୍ଣ୍ଣ ୧୬୦ ଓବିଡି-୨- ବି ନୂତନ ଗାଡ଼ିର ଶୁଭ ଉଦ୍ଘାଟନ ହୋଇଯାଇଛି । ଏସ୍ଜି, ଏପିଏଲ୍ ହୋଣ୍ଡାର ମ୍ୟାନେଜିଙ୍ଗ ଡାଇରେକ୍ଟର ମନୋଜ୍ ପୃଷ୍ଟି ଏବଂ ହୋଣ୍ଡା କମ୍ପାନୀର ଆଞ୍ଚଳିକ ପରିଚାଳକ (ପୂର୍ବ) ସଚିନ ପାୱାର ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ କମ୍ପାନୀର ଆଞ୍ଚଳିକ ପରିଚାଳକ (ପୂର୍ବ) ସଚିନ ପାୱାର, କମ୍ପାନୀର ଜୋନାଲ ମ୍ୟାନେଜର ରାଜେଶ ଚୌଧୁରୀ ଏବଂ ସେଲ୍ସ୍ ଏରିଆ ମ୍ୟାନେଜର ଅଭିଶେକ ହୋତା ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଏହି ନୂଆ ମଡେଲ୍ର ବଜାର ପ୍ରବେଶ କରିବା ସହ ଏହାର ବୈଶିଷ୍ଠ୍ୟ ଓ ଉପକାରିତା ସମ୍ପର୍କରେ ଗ୍ରାହକଙ୍କୁ ଅବଗତ କରାଇଥିଲେ । ହୋଣ୍ଡା କମ୍ପାନୀର ୟୁନିକର୍ଣ୍ଣ ମଡେଲ୍ ଆଜକୁ ୨୦ ବର୍ଷ ପୂର୍ଣ୍ଣ କରିଛି । ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗାଡିର ସଫଳତା, ଉପାଦେୟତା ତଥା ଗ୍ରାହକଙ୍କ ମଧ୍ୟରେ ଗ୍ରହଣୀୟତା ସମ୍ପର୍କରେ ଡାଇରେକ୍ଟର ପୃଷ୍ଟି ଆଲୋକପାତ କରିଥିଲେ । ଏଥିରେ ଏସଜି, ଏପିଏଲ୍ ହୋଣ୍ଡାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ପାର୍ଟସ୍ ମ୍ୟାନେଜର ଜୟଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସର୍ଭିସ ମ୍ୟାନେଜର ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।