ଗଣେଶଙ୍କ ବିସର୍ଜନ
ବାଲୁଗାଁ : ବାଲୁଗାଁ ୦୫.୦୯ ସନ୍ଧ୍ୟାରେ ବାଣପୁର ଓ ବାଲୁଗାଁ ତଥା ଆଖ ପାଖ ଅଂଚଳରେ ଛୋଟ ବଡ଼ ଗଣେଶଜୀଙ୍କ ବିସର୍ଜନ ମହା ଯାକଜମକରେ ଓ ବିଭିନ୍ନ ପଟୁଆର ଘଣ୍ଟ ମୃଦଙ୍ଗ ର ତାଳତାଳରେ ନୃତ୍ୟ କରି ବଜାର କମ୍ପିଛି । ଜନସାଧାରଣ ବିସର୍ଜନ ସହ ପଟୁଆରକୁ ମହା ଆନନ୍ଦରେ ଉପଭୋଗ କରିଛନ୍ତି । ବାଣପୁର ଚିଆଁଙ୍କାସାହିଙ୍କ ବିରାଟ ଗଣେଶ ଆକୃଷ୍ଟ ହେବା ସଂଗେ ତାଙ୍କରି ପଟୁଆର ସମସ୍ତଙ୍କୁ ମନ ମୁଗ୍ଧ କରିଥିଲା । ବିସର୍ଜନରେ ସ୍ଥାନୀୟ ପୋଲିସ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ବାଣପୁର ପାଇକ ସାହି ରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ସହିଦ କୃତିବାସ କ୍ଲବ ସମ୍ପାଦକଙ୍କ ସହ ତଥ୍ୟ ନେବାସମୟରେ କହିଥିଲେ କି ଏହି କ୍ଲବର ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରି ଆଜି ପ୍ରଯ୍ୟନ୍ତ ପୂଜାକୁ ଜାରି ରଖିଛନ୍ତି ଆଉ ଆଗକୁ ମଧ୍ୟ ଜାରି ରହିବ । ଆସନ୍ତା ମଙ୍ଗଳ ବାର ସନ୍ଧ୍ୟାରେ ବିସର୍ଜନ ହେବ ।