ମଧୁସୂଦନ ଦାସଙ୍କୁ ପୁଷ୍ପମାଲ୍ୟ ଅର୍ପଣ
ଜୟପୁର: ପୂଜ୍ୟପୂଜା ସଂସଦ ପକ୍ଷରୁ ଉକôଳ ଗୌରବ ମଧୁସୂଦନ ଦାସ ଏବଂ କୋରାପୁଟ ଗାନ୍ଧୀ ମହାନ୍ ସ୍ୱାଧୀନତା ସଂଗ୍ରାମୀ ରାଧାକୃଷ୍ଣ ବିଶ୍ୱାସରାୟଙ୍କ ଶ୍ରାଦ୍ଧ ଦିବସ ଅବସରରେ ରାଜନଗର ଛକ ଓ ଦ୍ୱିତୀୟ ଦୈନିକ ବଜାର ଛକ ସ୍ଥିତ ସ୍ମୃତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ତପନ କିରଣ ତ୍ରିପାଠୀ, ସଂପାଦକ ବୈରାଗୀ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ମଧୁବାରିଷ୍ଠରଙ୍କ ଜୀବନାଦର୍ଶ ଓ ରାଧାକୃଷ୍ଣ ବିଶ୍ୱାସ ରାୟଙ୍କ ସ୍ୱାଧୀନତା ସଂଗ୍ରାମୀ ଜୀବନ ବିଷୟରେ ସ୍ମୃତିଚାରଣ କରିଥିଲେ ।