ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା: ୮୪ ବର୍ଷରେ କୁଦିଆରୀ ବଜାର ଗଣେଶ ଉତ୍ସବ
ଜଟଣୀ: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ଲାଗି ଜଟଣୀ ସହର ଚଳ ଚଞ୍ଚଳ ହୋଇଉଠିଛି । ଗଣେଶ ପୂଜା ଜଟଣୀର ଅନ୍ୟତମ ସଂସୃତିକ ଉସôବ, ପୂଜାର ମାହୋଲକୁ ନେଇ ଉସôବ ମୁଖର ଜଟଣୀ ସହର । ଏହି ପୂଜା ୧୧ଦିନତଥା ପୂର୍ଣ୍ଣମୀ ତିଥି ପର୍ଯ୍ୟନ୍ତ ଚାଲିବ । ବିଭିନ୍ନ ପୂଜା ମଣ୍ଡପ ଗୁଡିକ ନିଜର ସ୍ୱତନ୍ତ୍ରତାକୁ ନେଇ ଗର୍ବିତ ହୋଇଥିବା ବେଳେ, ନିଜର ସ୍ୱତନ୍ତ୍ରତାକୁ ବଜାୟ ରଖିପାରିଛି କୁଦିଆରୀ ବଜାର ଗଣେଶ ପୂଜା । ଆଜକୁ ପ୍ରାୟ ୮୪ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ପୂଜା ୧୯୪୧ମସିହାରେ ସ୍ଥାନୀୟ ନିବାସୀ ବ୍ରଜମୋହନ ସାହୁଙ୍କ ଚେଷ୍ଠାରେ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ଏହି ପୂଜା ସାର୍ବଜନୀନ ପୂଜା ଭାବେ କରାଯାଉଛି ବୋଲି ମାର୍କେଟ ସଭାପତି ସୁଦର୍ଶନ ସୁନ୍ଦରାୟ କହିଛନ୍ତି କ୍ଷ ସ୍ଥାନୀୟ ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଠାରୁ ବର୍ଷ ତମାମ ଆଦାୟ କରାଯାଉଥିବା ଟଙ୍କାରେ ଆୟୋଜିତ ଏହି ପୂଜାରେ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିବା ପ୍ରକାଶ କରିଛନ୍ତି ବଜାର କମିଟି ସମ୍ପାଦକ ପ୍ରଦୀପ୍ତ କୁମାର ବଳିୟାରସିଂହ କ୍ଷ ଅନ୍ୟ ପକ୍ଷରେ ପୂଜାକୁ ଅଧିକ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବାପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ଭାବନା ପୂଜା ପାଇଁ ଉସôାର୍ଗୀକୃତ ବୋଲି ସ୍ଥାନୀୟ ଲୋକପ୍ରତିନିଧି ଶଶାଙ୍କ ଶେଖର ରାୟ ଓ ମନୋଜ ସ୍ୱାଇଁ କହିଛନ୍ତି କ୍ଷ ପ୍ରତିଦିନ ଠାକୁରଙ୍କ ନିକଟରେ ମିଷ୍ଟାନ୍ନ ଭୋଗଲାଗି ହୋଇଥାଏ କ୍ଷ ଚଳିତବର୍ଷ ବିଭିନ୍ନ ବାଧାବିଘ୍ନ ସତ୍ୱେ ପୂଜାକୁ ଆହୁରି ଜାକଜମକ ମଧ୍ୟରେ କରାଯାଉଛି । ଏଲ୍ଇଡି ଲାଇଟର ତୋରଣ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।