ଗଲେଣି ତୋ ସଙ୍ଗରୁ


"ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ' । ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କ ମନବୋଧ ଚଉତିଶାର ଏହି ଦୁଇଟି ଧାଡ଼ି ପ୍ରାୟ ସମସ୍ତେ ଉଣା ଅଧିକେ କେଉଁଠି ପଢିଥିବେ କି ଶୁଣିଥିବେ । ଏହାର ଅର୍ଥ ଏ ସଂସାରରେ ପୂର୍ବରୁ କେତେକେତେ ଲୋକ ଜନ୍ମ ନେଇ, ବଢି ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରି ପୁଣି ଶୂନ୍ୟପଥର ବାଟୋଇ ହୋଇଛନ୍ତି । ଗଲାବେଳେ କେହି କିଛି ସାଥିରେ ନେଇଯାଇ ନାହାନ୍ତି । ଏ ବୋଧଗମ୍ୟ ଆମ ସମସ୍ତଙ୍କର ଚେତନାବୋଧ । ତଥାପି, ଆମ ଜୀବଦଶା ଭିତରେ କିଏ କେତେ ଧନ, ମାନ, ଜନ ରୁଣ୍ଡ କରିପାରୁଛି ସେ ପ୍ରତିଯୋଗିତାରେ ଆମେ ବ୍ୟସ୍ତ । ତେଣିକି କାହାଠୁ ଲୁଟପାଟ ହେଉ କି କାହା ଘର ଭାଙ୍ଗୁ କି କାହାର ଜୀବନ ଯାଉ । ଏସବୁରେ କିଛି ପରବାୟ ନାହିଁ ।
ଅନ୍ୟାୟ, ଅସତ୍ୟ, ଅଧର୍ମ ପ୍ରଭାବ ବିସ୍ତାର କଲେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼େ । ଧର୍ମ ବା ଆଧ୍ୟାତ୍ମିକତାର ଉତ୍ତରଣ ଘଟିଲେ ମଣିଷ ସତ୍ୟ, ଶାନ୍ତି, ଦୟା, କ୍ଷମା ଆଚରଣ କରେ । ସବୁ ମଣିଷକୁ ସମାନ ଦୃଷ୍ଟିରେ ଦେଖେ । ମଣିଷ ମଣିଷ ଭିତରେ ଆନ୍ତରିକ ସଂପର୍କ ପ୍ରତିଷ୍ଠା ପାଇଁ ପ୍ରେରଣା ପ୍ରଦାନ କରେ । ମାତ୍ର, ଆମେ ଏସବୁରୁ ଏବେ ବାଟ ହୁଡ଼ୁଛେ । ଜୀବନ ଜୀଇଁବାକୁ ଧନ ଆବଶ୍ୟକତା ରହିଛିୟ ଧନ ଉପାର୍ଜନ କରିବାକୁ ମଧ୍ୟ ଅନୁଚେଷ୍ଟା ଏକାନ୍ତ ଜରୁରି । ହେଲେ, ଅଧିକ ଧନ ଉପାର୍ଜନ ପାଇଁ ଆମେ ଧର୍ମଛଡ଼ା ହୋଇ ଧନ ଅର୍ଜନ କରିବାରେ ମସଗୁଲ । କେହିକେହି ଧନ ଅର୍ଜନ କରି ମଧ୍ୟ ତାହାର ସଦୁପଯୋଗ କରି ପାରୁ ନାହାନ୍ତ । ଅଭାବମୟ ପରମ୍ପରାରେ ଚଳି ଆସୁଥିବା ମଣିଷ ଅର୍ଥର ପ୍ରାଚୁର୍ଯ୍ୟ ହେଲେ ସେ ଧନକୁ ଗଦି କରି ଶୋଇବାକୁ ·ହୁଁଛି । ବିଳାସବ୍ୟସନ, ଉନ୍ନତମାନର ଆହାର, ନିଦ୍ରା ଓ ମୈଥୁନରେ କାଳାତିପାତ କରିବାକୁ ଉଦ୍ୟମ କରୁଛି । ଶାସ୍ତ୍ର କହେ ତୁମେ ଯେତେ ଧନ ଉପାର୍ଜନ କର, କିନ୍ତୁ ସତ୍ମାର୍ଗରେ, ନିଜର ପରିଶ୍ରମ ବଳରେ ଅନ୍ୟକୁ ପୀଡ଼ା ନ ଦେଇ ଅର୍ଜନ କର । ଧନକୁ ନିଜର ଆବଶ୍ୟକତା ଆଧାରରେ ରଖି ବାକି ଧର୍ମ କାର୍ଯ୍ୟରେ ବିନିଯୋଗ କଲେ ମଣିଷ ଏକ ଉନ୍ନତମାନର ଓ ଶୃଙ୍ଖଳିତ ଜୀବନଯାପନ କରି ପାରିବ । ଏହି ପରିପ୍ରେକ୍ଷୀରେ ମନେ ପଡ଼େ ପଶ୍ଚିମ ଆଫ୍ରିକାର ପ୍ରଖ୍ୟାତ ଫୁଟବଲ୍ ତାରକା ସାଦିଓ ମାନେଙ୍କ କଥା । ଭାରତୀୟ ଟଙ୍କା ତୁଳନାରେ ସାଦିଓ ସପ୍ତାହକୁ ଦୁଇକୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଏତେ ଟଙ୍କା ଥାଇ ବି ସେ ତାଙ୍କର ପୁରୁଣା ଭଙ୍ଗା ମୋବାଇଲ ବ୍ୟବହାର କରନ୍ତି । ଦିନେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ଭଙ୍ଗା ମୋବାଇଲ ଫୋନ୍ ଧରିଥିବାର ଦେଖି ଉପସ୍ଥାପକ ତାଙ୍କ ମୋବାଇଲ ବିଷୟରେ ପ·ରିଲେ । ସେ କହିଲେ ଏହା ଭାଙ୍ଗିଯାଇଛି ମୁଁ ସଜାଡ଼ି ଦେବି । ପୁଣି ଉପସ୍ଥାପକ ପ·ରିଲେ ତେବେ ଆପଣ କାହିଁକି ନୂଆ ମୋବାଇଲ ଫୋନ୍ କିଣୁ ନାହାନ୍ତି । ହେଲେ ଉତ୍ତରରେ ସେ କହିଲେ ମୁଁ ଏମିତି ହଜାରେ ମୋବାଇଲ ଫୋନ୍ କିଣିପାରିବି । ଲଗଜରି କାର୍, ଏରୋପ୍ଲେନ୍, ଡାଇମଣ୍ଡ ଘଡ଼ି ବି କିଣିପାରିବି । ମାତ୍ର, ଏସବୁ ମୋର କଣ ହେବ ? ମୁଁ ଗରିବୀ ଦେଖିଛି, ମୁଁ ଠିକସେ ପାଠ ପଢିପାରିନି । ଯାହା ମୋତେ ବ୍ୟଥିତ କରିଥିଲା । ମୁଁ ·ହେଁନି ମୋ ପରି କେହି ସେମିତି ଗରିବୀର ସାମ୍ନା କରୁ । ଏଥି ପାଇଁ ମୋ ସଞ୍ଚôତ ଅର୍ଥରେ ମୁଁ ସ୍କୁଲ୍ ତିଆରି କରିଛି, ପିଲାମାନେ ପାଠପଢିପାରିବେ । ଦିନଥିଲା ମୋ ପାଖରେ ଜୋତା ନଥିଲା, ମୁଁ ବିନା ଜୋତାରେ ଫୁଟବଲ ଖେଳିଛି । ଦିନକୁ ଗୋଟେବେଳା ବି ଖାଇବାକୁ ପାଇନି । ଏମିତି କି ଭୋକ ମେଣ୍ଟାଇବାକୁ ମାଟି ଖାଇଛି । ମତେ ଆଜି ଏତେ ସବୁ ମିଳିଛି ବୋଲି ମୁଁ କଣ ଦେଖେଇ ହେବି ? ସତରେ ସାଦିଓଙ୍କ ମାନସିକତା କେତେ ବ୍ୟାପକ ଓ ମହାନ । ଆଜିର ଯୁପପିଢି ପାଖରେ ଯଦି ଦି' ପଇସା ହେଇଗଲା ସେମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । କେତେକ ସୌଖିନ ଜୀବନ ପାଇଁ ସାରା ଜୀବନ ଋଣରେ ବୁଡ଼ି ରହୁଛନ୍ତି । ଅନ୍ୟାୟ ଅଧର୍ମ ପଥ ବି ଆପଣାଉଛନ୍ତି । ଏମିତି କି ଅଧିକାଂଶ ଅଫିସର ଓ କର୍ମ·ରୀ ମାନେ ନିଜ ସ୍ତ୍ରୀ ଓ ଛୁଆଙ୍କୁ ଖୁସି କରିବାକୁ ନିଜ ଆୟ ଠାରୁ ଅଧିକ ସଞ୍ଚୟ କରିବାରେ ଲାଗିପଡ଼ିଛନ୍ତି । ଏହି ଆଶାକୁ ଚରିତାର୍ଥ କରିବାକୁ ଯାଇ ଲୋକଙ୍କୁ ମିଛସତ କହି ଆର୍ଥିକ ଶୋଷଣ କରିବାକୁ ବି ପଛାଉ ନାହାନ୍ତି । ଯାହାର ପରିଣାମ ସାଧାରଣ ମଣିଷକୁ ଭୋଗ କରିବାକୁ ପଡୁଛି । ଆଜିର ଏହି ଲାଞ୍ଚ-ମିଛର ଦୁନିଆରେ ସାଧାରଣ ଲୋକଟେ ଯେମିତି ଅଣନିଶ୍ୱାସୀ ହୋଇପଡୁଛି । କିଛି ଲୋକଙ୍କୁ ବଡ଼ଲୋକ ହେବାର ମୋହ ଅହରହ ଘାରୁଛି । କିନ୍ତୁ ସମୟ ଆସିବ ସେ ହିଁ ତା'ର ମୃତ୍ୟୁର ନିଦାନ ପାଲଟି ଯିବ । ଏକଥାକୁ ଭଲା କିଏ ସହଜରେ ହେଜିପାରୁଛି ? ଲୋଭ, ମୋହ ମନରୁ ପୋଛି ଦେଲେ ମନୁଷ୍ୟ ଯେ ଦିବ୍ୟ ଜୀବନ ଲାଭ କରିପାରିବ ତାହା ଏବେକା ପିଢିର ଚେତନା ବାହାରର କଥା ।
ଗାନ୍ଧିଜୀ, ବିନୋବା ଭାବେ, ବିବେକାନନ୍ଦଙ୍କ ପରି ମହାପୁରୁଷମାନେ ନିଜର ଜୀବନ ଚଳଣିକୁ ହେୟ କରି ମାନବ ସେବାରେ ନିଜକୁ ନିୟୋଜିତ ଓ ସମର୍ପିତ କରିଥିଲେ । ସେଇଥି ପାଇଁ ତ ଆଜି ଆମେ ସେମାନଙ୍କୁ ପୂଜା କରୁଛନ୍ତି । ସେମାନଙ୍କୁ ମହାନ୍ ଆସନରେ ବସାଇଛନ୍ତି । ତେଣୁ, ଆମ ମନକୁ ସଂଯତ ରଖିବାକୁ ହେବ । "ମନ ଘଡ଼ି ଘଡ଼ି କେ ଆନ' ଟିକିଏ ଲଗାମ ଛଡ଼ା ହୋଇଗଲେ ମନକୁ ଆୟତ୍ତ କରିବା ବଡ଼ କଠିନ । ମନୁଷ୍ୟ ଜୀବନରେ ମନ ହିଁ ବନ୍ଧନ ଓ ମୋକ୍ଷର କାରଣ । ମନରେ ଲୋଭ ଆସିଲେ ସକଳ ପ୍ରକାର ତ୍ୟାଗର ମହତ କମିଯାଏ । ଅତି କମ୍ ଜିନିଷରେ ନିଜର ଚଳଣି ହୋଇପାରିଲେ ଲୋଭ କମିଯାଏ । ପାରିବାରିକ ଜୀବନରେ ମୋହ ତ ନିଶ୍ଚୟ ଆସିବ । କିନ୍ତୁ ପରିବାରକୁ ଅବା ପାରିବାରିକ ଖର୍ଚ୍ଚକୁ ସୀମିତ କରିବାକୁ ଚେଷ୍ଟା କଲେ ମୋହ କମିଯିବ ।
ବସ୍ତୁବାଦ ମୋହ ତ୍ୟାଗ କରି ମଣିଷ ସରଳତା ବା ଆତ୍ମବିଶ୍ୱାସ ଯୁକ୍ତ ହୋଇପାରିଲେ ତା ଭିତରେ ସୃଷ୍ଟି ହୁଏ ଶୁଦ୍ଧତା, ତା ଆବଶ୍ୟକତାରୁ ନୁହେଁ । ଉଚିତ କର୍ମ ବା ସତ କର୍ମ ଦ୍ୱାରା ହିଁ ମଣିଷ ଧର୍ମ ଅର୍ଜନ କରେ ଏଣୁ ଭାଗବତରେ ଅଛି "ଧନ ଅର୍ଜନେ ଧର୍ମ କରି, ଧର୍ମେ ପ୍ରାପତ ନରହରି' । ସତ ଧନ ହିଁ କେବଳ ସତ କାର୍ଯ୍ୟରେ ଲାଗେ; ଅସତ ଧନ କେବେ ଧର୍ମ କାର୍ଯ୍ୟରେ ଲାଗେନା । ଲାଗେ ଥାନା, କଚେରି ଓ ଡାକ୍ତରଖାନାରେ । ଅସତ୍ୟ ଧନ ବଢ଼ି ବଢ଼ି ଯାଏ, ଶେଷରେ ହଠାତ ତା'ର ମୂଳୋପାଟନ ହୁଏ । ଯେପରି- ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ । ଏଣୁ ଏହି ମୂଲ୍ୟ ବୋଧରୁ ଶିଖିବାକୁ ହେବ ଯେ ଏହି ଧରାପୃଷ୍ଠରୁ କିଏ କେତେ ଗଲେଣି, ପୁଣି କିଏ କେତେ ଆସିବେ । ଗଲାବେଳେ କେହି ସାଥିରେ କିଛି ନେଇ ନାହାନ୍ତି କି ନେବେ ବି ନାହିଁ । କେବଳ ମୃତ୍ୟୁଲୋକରେ ବି ଯଦି ଆମର କେହି ସହଭାଗୀ ହୋଇ ରହିଥାଏ, ତେବେ ତାହା ହେଉଛି ଆମର କର୍ମ । ଆମର ସତ କର୍ମ ଆମକୁ ଯୁଗଯୁଗ ପାଇଁ ମହାନ କରି ରଖିବ । ଆଉ ଅସô କର୍ମ ନର୍କ ଯନ୍ତ୍ରଣା ଭୋଗ କରିବାକୁ ବାଟ ଫିଟେଇ ଦେବ ।
ନାୟକାଣୀଡିହି, ଭଦ୍ରକ
 ମୋ: ୭୮୦୯୦୩୭୬୦୮