ଗାନ୍ଧୀମୂର୍ତ୍ତି ତଳେ ବିଜେଡିର ମୌନବ୍ରତ
ଭୁବନେଶ୍ୱର: ବାଲେଶ୍ୱରର ଏଫ୍ଏମ୍ କଲେଜ ଛାତ୍ରୀ ମୃତୁ୍ୟ ଘଟଣା ପ୍ରତିବାଦରେ ଆଜି ଜନତା ମଇଦାନ ନିକଟସ୍ଥ ଗାନ୍ଧି ପାର୍କ ସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜେଡି ପକ୍ଷରୁ କଳାପଟି ବାନ୍ଧି ନିରବ ପ୍ରତିବାଦ କରାଯାଇଛି । ସରକାରଙ୍କ ନିଷ୍କି୍ରୟତା ଓ ଦାୟିତ୍ୱହୀନତା ଲାଗି ଗୋଟିଏ ନିରୀହ ଝିଅର ଜୀବନ ଦୀପ ଅକାଳରେ ଚାଲିଗଲା ବୋଲି ବିଜେଡି ଅଭିଯୋଗ କରିବା ସହ ପ୍ରତିବାଦରେ ମୌନବ୍ରତ ପାଳନ କରିଥିଲା । ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ଡ. ଅମର ପଟ୍ଟନାୟକ, ଟୁକୁନି ସାହୁ, ପ୍ରଦୀପ ଅମାତ, ପ୍ରଣବ ବଳବନ୍ତରାୟ, ପ୍ରଦୀପ ମାଝୀ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମିଡିଆ ସଂଯୋଜକ ଡ ପି୍ରୟବ୍ରତ ମାଝୀ, ଭୃଗୁ ବକ୍ସିପାତ୍ର, ଲୋପାମୁଦ୍ରା ବକ୍ସିପାତ୍ର, ବିଜୟ ନାୟକଙ୍କ ସମେତ ଦଳର ବରିଷ୍ଠ ନେତା ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।