ଗୁରୁପୂର୍ଣ୍ଣିମା ପାଳିତ
ବୋଲଗଡ : ପରମାନନ୍ଦ କଲେଜ, ବୋଲଗଡ ଠାରେ ଅଧ୍ୟକ୍ଷ ପ୍ରଦୀପ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଏକ ନିରାଡମ୍ବର ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା । କଲେଜର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତଃ ଭାସ୍କର ମହାପାତ୍ରଙ୍କ ସ୍ମୃତିଚାରଣ ପୂର୍ବକ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଗୁରୁପୂର୍ଣ୍ଣିମା ମହତ୍ତ୍ୱ ସମ୍ପର୍କିତ ଆଲୋଚନା ଆଧାରରେ ମହାବିଦ୍ୟାଳୟର ଅଧ୍ୟାପକ ମାନେ ନିଜନିଜର ଭାବନାକୁ ଉପସ୍ଥାପନ କରିଥିଲେ । ଅଧ୍ୟକ୍ଷ ମହୋଦୟ ଭଗବାନ କୃଷ୍ଣ ଏବଂ ସନ୍ଦିପନି ଋଷିଙ୍କ ସଂପର୍କିତ ମାର୍ମିକ ବାଣୀରେ ପରିବେଶକୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପରେପରେ ଅଧ୍ୟାପିକା ଗାୟତ୍ରୀ ପଟ୍ଟନାୟକ, ଅଧ୍ୟାପିକା ଅନୁସୟା ପୃଷ୍ଟି, ଅଧ୍ୟାପକ ଗାନ୍ଧୀ କୁମାର ସାହୁ, ଅଧ୍ୟାପକ ଆଲୋକ କୁମାର ଦାସ, ଅଧ୍ୟାପକ ମିନୁସ ମଲ୍ଲିକ, ଅଧ୍ୟାପକ ରଞ୍ଜନ କୁମାର ଦାଶ, ପଦାର୍ଥ ବିଜ୍ଞାନ ବିଭାଗର ରାଜ କିଶୋର ସାହୁ ମଧ୍ୟ ସେମାନଙ୍କ ଅଭିଭାଷଣ ବ୍ୟକ୍ତ କରିଥିଲେ । ପରିଶେଷରେ ଅଧ୍ୟାପକ ସରୋଜ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ଏରସମା : ଏରସମା ବ୍ଲକ ଅନ୍ତର୍ଗତ ଭିତର ଅନ୍ଧାରୀ ପଞ୍ଚାୟତ ଗୁଆମୁଣ୍ଡା ଆଶ୍ରମରେ ଗୁରୁବାର ଦିନ ଗୁରୁପୂର୍ଣ୍ଣିମା ପାଳନ କରାଯାଇଛି । ଗୁରୁକୁଳ ଆଶ୍ରମର ନିୟମ ଅନୁଯାୟୀ ପ୍ରଥମେ ଗୁରୁବନ୍ଦନା, ଦ୍ୱିତୀୟରେ ଜଗତ ଗୁରୁ ବନ୍ଦନା ସମବେତ ସ୍ୱରରେଗାନ କରାଯାଇ ନାମ ସଂକୀର୍ତ୍ତନ କରାଯାଇଥିଲା । ପରେ ଆଶ୍ରମର ଗୁରୁଦେବ ଦାସ ନୃସିଂହ ଚରଣ ପ୍ରଧାନ ମହାରାଜା ବ୍ୟାସଦେବଙ୍କ ବିଷୟରେ ଆଲୋଚନା କରିଥିଲେ । ପୂର୍ବରୁ ବ୍ୟାସଦେବଙ୍କ ନାମ ବ୍ୟାସଦେବ ନଥିଲା । ତାଙ୍କ ନାମ କୃଷ୍ଣ ଦୀପାୟନ ଥିଲା ବୋଲି ସେ କହିଥିଲେ । କାର୍ଯ୍ୟକ୍ରମକୁ ଆଶ୍ରମର ସଭାପତି ଭୀକାରି ଚରଣ କାଣ୍ଡି, ଉପସଭାପତି ସୁଦର୍ସନ ସ୍ୱାଇଁ, ସମ୍ପାଦକ ବଲ୍ଲଭ କୁମାର ପ୍ରଧାନ, ସହସମ୍ପାଦକ ଅକ୍ଷୟ କୁମାର ଦାସ, କୋଷାଧକ୍ଷା ରଞ୍ଜିତା ସାହୁ, ପ୍ରଫୁଲ୍ଲ ପରିଡ଼ା, ଗୟାଧର ପରିଡ଼ା, ସୌଦାମୀନି ପ୍ରଧାନ, ଚିକୁ ପ୍ରଧାନ, ସନ୍ଦୀପ କୁମାର ପ୍ରଧାନ, ପଞ୍ଚାନନ ପଲେଇ, ପ୍ରଭାତ ସାହୁ, ପରମେଶ୍ୱର ସ୍ୱାଇଁ, କେଳୁÿରଣ ବାରିକ, ମାନସ ବେହେରା, ରାଜେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।
ଜଟଣୀ : ଜଟଣୀ ସହରରେ ବିଭିନ୍ନ ଅଞ୍ଚଳରେ ଅବସ୍ଥିତ ସାଇ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହୋସôବ ମହାସମାରୋହରେ ପାଳନ ହୋଇଯାଇଛି । ପୌରାଞ୍ଚଳର ଲୋକୋ କଲୋନୀ, ଟ୍ରାଫିକ କଲୋନୀ, ରନିଂ ରୁମ୍ ନିକଟ ସାଇ ମନ୍ଦିରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେହିପରି ରାମଚନ୍ଦ୍ରପୁର ବଜାର୍ ଅଞ୍ଚଳରେ ଉତ୍ତରାୟଣୀ ମନ୍ଦିର ନିକଟରେ ଥିବା ସାଇବିହାରରେ ସାଇ ସେବକ ସୀତାକାନ୍ତ ଶତପଥୀଙ୍କ ତତ୍ତ୍ୱାବଧାନରେ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
ପୁରୀ: ଭଗବତ୍ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ମଠରେ ମହାସମାରୋହରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହୋଇଯାଇଛି ଗୁରୁପୂର୍ଣ୍ଣିମା ମହୋସôବ । ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ କରିଥିଲେ । ମଠର ଶିଷ୍ୟମାନଙ୍କ ଦ୍ୱାରା ମଧ୍ୟ ସ୍ୱାମୀ ନିଶ୍ଚଳା ନନ୍ଦଙ୍କ ପୂଜନ କରାଯାଇଥିଲା । ଅତିଥି, ଅଭ୍ୟାଗତ, ବରିଷ୍ଠ ନାଗରିକ ଓ ଶିଷ୍ୟମାନେ ଗୁରୁଜୀଙ୍କୁ ଭେଟିଥିଲେ । ଏତଦ୍ବ୍ୟତୀତ ସହର ମଧ୍ୟରେ ଥିବା ବିଭିନ୍ନ ମଠ ମାନଙ୍କରେ ମଧ୍ୟ ଗୁରୁପୂଜନ ମହୋସôବ ପାଳିତ ହୋଇଥିଲା । ବଳରାମ କୋଟ ମଠର ମହାରାଜ ରଘୁବୀର ଦାସଙ୍କୁ ମଠର ବିଦ୍ୟାର୍ଥୀ, ଶିଷ୍ୟମାନେ ଉପଢୌକନ ପ୍ରଦାନ ପୂର୍ବକ ପୂଜନ କରିଥିଲେ ।